om academy

ସ୍ଥାନୀୟ ଲୋକଙ୍କ ଦ୍ୱାରା ଶବଦାହ ବେଳେ ବାରଣର ସମ୍ମୁଖୀନ ହୋଇଥିବା ନବକିଶୋର ବେରିହାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଲା : ଏଭଳି ମହାମାରୀ କାଳରେ ଶବ ପ୍ରତି ସମ୍ମାନ ରହୁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲୋକଙ୍କ ଦ୍ୱାରା ଶବଦାହ ବେଳେ ବାରଣର ସମ୍ମୁଖୀନ ହୋଇଥିବା ନବକିଶୋର ବେରିହାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ଶାନ୍ତିପଡ଼ା ନିବାସୀ ନବକିଶୋର ବେରିହାଙ୍କ ହୃଦ୍‌ଘାତ ଯୋଗୁଁ ତାଙ୍କ ବାସଭବନରେ ମୃତ୍ୟୁ ଘଟିଥିଲା । ତେବେ ସ୍ଥାନୀୟ ବିଭୂତିପଡ଼ାକୁ ତାଙ୍କ ଶବଦାହ ପାଇଁ ନିଆଯାଇଥିବା ବେଳେ ସେଠାକାର ଲୋକେ କୋଭିଡ଼ ସଂକ୍ରମିତ ଶବ ଭାବି ଶବଦାହ ପାଇଁ ବାରଣ କରିଥିଲେ । ଏହାପରେ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଆର୍‌ଟିଓ ଛକ ସ୍ଥିତ ଶ୍ମଶାନରେ ତାଙ୍କ ଶବ ଦାହ କରାଯାଇଥିଲା । ଏଭଳି ମହାମାରୀ ସମୟରେ ଅଯଥାରେ ଲୋକେ ଆତଙ୍କିତ ହୋଇ ଶବ ପ୍ରତି ଅସମ୍ମାନ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସ୍ୱେଚ୍ଛାସେବୀମାନେ ମତ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ନବକିଶୋରଙ୍କ ଧର୍ମପତ୍ନୀ ସୁଚିତ୍ରା ବେରିହାଙ୍କ କୋଭିଡ଼ ରିପୋର୍ଟ ନେଗେଟିଭ୍‌ ରହିଛି ।

Leave A Reply

Your email address will not be published.