ବର୍ଷିୟାନ ଭେଷଜ ବିଶେଷଜ୍ଞ ପ୍ରଫେସର ଡା.ପି.ସି.ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଖ୍ୟାତନାମା ଭେଷଜ ବିଶେଷଜ୍ଞ, ବର୍ଷିୟାନ ସମାଜସେବୀ ପ୍ରଫେସର ଡା.ପି.ସି.ସାହୁଙ୍କୁ ଗଜପତି ନଗରସ୍ଥିତ ତାଙ୍କ ନିଜ ବାସଭବନରେ ରବିବାର ପୂର୍ବାହ୍ନରେ ଓଡ଼ିଶାର ସର୍ବପୁରାତନ ସମ୍ପାଦପତ୍ର “ନବୀନ’ ପକ୍ଷରୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ମହାମାରୀ କରୋନା କାଳରେ ପ୍ରଫେସର ସାହୁ ସମ୍ପ୍ରତି ୯୦ରୁ ଊଦ୍ଧ୍ୱର୍ ବର୍ଷ ବୟସରେ ମଧ୍ୟ ଜୀବନକୁ ବାଜି ଲଗାଇ ରୋଗୀ ସେବାରେ ନିଜକୁ ନିୟୋଜିତ କରି ଆସିଛନ୍ତି । ଜଣେ ବଦାନ୍ୟ ବ୍ୟକ୍ତି ଭାବରେ ସବୁବେଳେ ସେ ଆଗଧାଡ଼ିରେ ରହିଛନ୍ତି । ନିକଟରେ ସେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରିଥିଲେ । ସେ ମଧ୍ୟ ନିଜ ଶରୀର ଦାନ ପାଇଁ ସତ୍ୟପାଠ ପୂର୍ବକ ଘୋଷଣା କରି ସାରିଛନ୍ତି । ତାଙ୍କ ଭଳି ଜଣେ ବହୁମୁଖୀ ପ୍ରତିଭାଦୀପ୍ତ, ତ୍ୟାଗୀ ପୁରୁଷଙ୍କୁ ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ମାନପତ୍ର, ଉପଢେ଼øକନ ଓ ଫଳକ ପ୍ରଦାନ ପୂର୍ବକ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଉପଦେଷ୍ଟା ଡ. ଡ଼ମ୍ବରୁଧର ସାହୁ, ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସାହିତ୍ୟିକ ସୁଶାନ୍ତ କୁମାର କର, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ, କବି ବି. ସତ୍ୟମ ଆଚାରୀ, ନବୀନର ପ୍ରକାଶିକା ଶ୍ରୀମତୀ ମଞ୍ଜୁ ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ସାହୁଙ୍କ ଗୁଣଗାନ କରିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

jittmm
Leave A Reply

Your email address will not be published.