om academy

ଗୁରୁଶ୍ରୀ ଡ.ଘାସିରାମ ମିଶ୍ରଙ୍କୁ ଫକୀର ପଟ୍ଟନାୟକ ସ୍ମୃତି ସମ୍ମାନ : ଲିଟିଉଡେ ଫୁରୁଫୁରୁ ଗୀତରେ ଦର୍ଶକ ଝୁମିଲେ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁରୀ ଗୀତର ମହାନାୟକ ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କୁ ବର୍ତ୍ତମାନ ପିଢି ସ୍ୱିକାର କରି ତାଙ୍କର ଗାଇଥିବା ଗୀତର ସ୍ତିମ୍ଭତାକୁ ଜାଣିପାରୁ ବୁଝିପାରୁ ଏବଂ ନିଜ ସଂଗୀତ ଯାତ୍ରାରେ ସାମିଲ କରି ଆଗକୁ ବଢିବା ସହ ତାଙ୍କୁ ସବୁ ଜାଗାରେ ପୁଣିଥରେ ମନେ ପକେଇବା ପାଇଁ ଏହି ଅଭିନୟ ପ୍ରୟାସ । ପଶ୍ଚିମ ଓଡିଶାର ଦଶଟି ଜିଲ୍ଲାରେ ଆୟୋଜନ ହେବା ସହ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଉଦ୍‌ଯାପନୀର ଏକ ସଂକଳ୍ପ ଆମ ସମସ୍ତଙ୍କର । ପୃଥ୍ୱୀରାଜ ହାଇସ୍କୁଲ ସଭାଗୃହରେ ଫକୀର ପଟ୍ଟନାୟକ ସ୍ମୃତି କମିଟି ତରଫରୁ ସଂଜ୍ୟେତ କଳାକେନ୍ଦ୍ର ତଥା ଓଡିଶା ଭାଷା ସାହିତ୍ୟ ଓ ସାଂସ୍କୃତ ବିଭାଗ ଓଡିଶା ସରକାର ମିଳିତ ଉଦ୍ୟମରେ ଫକିର ସନ୍ଧ୍ୟା ୨୦୨୨ ଆୟୋଜିତ ହୋଇଥିଲା । ପ୍ରଥମ ମଞ୍ଚ ପୂଜା ପରେ ଫକୀର ପଟ୍ଟନାୟକଙ୍କ ସ୍ମୃତିରେ ସଭା ଅନୁଷ୍ଠିତ ହୋଇଥିଲା । ଆବାହକ ଜୟକୃଷ୍ଣ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କମିଟିର ସଂପାଦକ ସଂଗିତାଙ୍କ ଅଧ୍ୟକ୍ଷତାରେ ସ୍ମୃତି ଚାରଣ ସଭାରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବରେ ସାଂସ୍କୃତିକ ଅଧିକାରୀ ରଶ୍ମି ରଂଜନ ମିଶ୍ର, ସାଂସ୍କୃତିକ ଗବେଷଣ ଡ.ଘାସିରାମ ମିଶ୍ର, କୋସଲି ଗବେଷଣ ନିମାଇଁ ଚରଣ ପାଣିଗ୍ରାହୀ, କୋସଲି ବ୍ୟାଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ, ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ, ସଭ୍ୟ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସାସ୍ୱତ କୁମାର ତ୍ରିପାଠୀ ମଂଚାସୀନ ଥିଲେ । କବି ଅର୍ଜୁନ ସାହୁ ସଭାକୁ ପରିଚାଳନା କରିଥିବା ବେଳେ ଫକୀର ପଟ୍ଟନାୟକଙ୍କ ଫକୀର ସନ୍ଧ୍ୟାର ଏକ ଆୟୋଜନରେ ଗୀତରେ ଆରତ ତାରଣ, ଲବଙ୍ଗଲତା, ଲିଟି ଉଡେ ଫୁରୁଫୁରୁରେ ମୋର ରାମ ଟିଙ୍ଗାଲୁ, ରଙ୍ଗ ଫରୁଆ, ରସବତୀ ଜମୁନା, ରାଧା ମାଜିଷ୍ଟେଟ ଓ ବିଭିନ୍ନ ଗୀତରେ ଦର୍ଶକ ଓ ଫକିର ପ୍ରେମୀ ବେଶ୍‌ ଝୁମିଥିଲେ । ଏହି ଅବସରରେ ଡ. ଘାସିରାମ ମିଶ୍ରଙ୍କୁ ଫକୀର ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । କଳାହାର ମୁରଲିଧର ପତି, ବ୍ୟାସଦେବ ପୁରୋହିତ, ପଦ୍ମଲୋଚନ ସାହୁ, ଅଚ୍ୟୁତ ପୁରୋହିତ, ଶିବାନନ୍ଦ ତ୍ରିପାଠୀ, ପ୍ରିତମ କୁାର ମିଶ୍ର, ଉପେନ୍ଦ୍ର ସୁନା, ଦିପିକା ଦିପ, ପ୍ରିୟଙ୍କା ରଥ ଓ ସାସ୍ୱତଙ୍କୁ ତ୍ରିପାଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦେଓଗାଁ ବିଡିଓ ଶ୍ରୀ ଭୋଇ, ପୃଥ୍ୱୀରାଜ ହାଇସ୍କୁଲର ଶ୍ରୀ ସେଠ, ସମାଜସେବ ନିଳାନ୍ଦ୍ରି ମହାପାତ୍ର, ବାସୁଦେବ ମେହେର, କପିଳେଶ୍ୱର ଖମାରୀ, ପ୍ରଭାକର ମିଶ୍ର, ସୁନିଲ ମିଶ୍ର, ରାମ ଦାଶ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସନ୍ଦିପ କୁଅଁର, ବିଭୁ କଲ୍ୟାଣ ଗଡତ୍ୟା, ଶରତ ପଟ୍ଟନାୟକ, ଅନିତା ମିଶ୍ର, ସୁଚରିତା ଦାଶ, ବିଜୟତା ଦାଶ, ସ୍ୱସ୍ତିକ ସାହୁ, ସୁମି, ସତ୍ୟବ୍ରତ ପଟେଲ, ଗଣେଷ ବେହେରା, ଜବାହାର ନନ୍ଦ, ରାମ ଶତପଥି, ଶ୍ରୀକାନ୍ତ ଦାଶ, ରାମ ନାରାୟଣ ଦାଶ, ବିନୋଦ କାଲସାଏ, ସଂଜୟ ନାୟକ, କାଲିଆ ମହଲା, ସାମସନ ନିସାର ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.