om academy

ଚଳିତ ବର୍ଷ ତହଁକ ସାହିତ୍ୟ ସମ୍ମାନ ପାଇଲେ କବି ଆନଂଦ ଚଂଦ୍ର ସାହୁ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ତହଁକ ସାହିତ୍ୟ ସମ୍ମାନ ଗ୍ରହଣ କରିଛନ୍ତି କବି ଆନଂଦ ଚଂଦ୍ର ସାହୁ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ତହଁକ କୁଟୁମ୍‌ ପକ୍ଷରୁ କୋଶଲି ସାହିତ୍ୟର ଜଣେ ବଳିଷ୍ଠ ସାରସ୍ୱତ ପୁରୁଷଙ୍କୁ ତହଁକ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ତାଙ୍କ ସହ ଲୋକକଳା ସମ୍ମାନ, ଯୁବ ପ୍ରତିଭା ସମ୍ମାନ ଓ ଅନୁଷ୍ଠାନ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଲୋକକଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶାଶ୍ୱତ ତ୍ରିପାଠୀ, ଯୁବ ପ୍ରତିଭା ସମ୍ମାନ ପାଇଛନ୍ତି ଜଗନ୍ନାଥ ସାହୁ ଓ ଓସାକା ହାଇଦ୍ରାବାଦକୁ ଅନୁଷ୍ଠାନ ସମ୍ମାନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଲୋଇସିଂହା ବ୍ଳକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ଆଜି ତହଁକ କୁଟୁମ୍‌ ପକ୍ଷରୁ ଅନୁଷ୍ଠିତ ନୂଆଁଖାଇ ମହୋତ୍ସବରେ ଗଣ୍ୟମାନ୍ୟ ବ୍ୟକ୍ତିସମୂହ ଓ ଅତିଥିମାନଙ୍କ ଦ୍ୱାରା ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.