ppurohit

ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀ ଉଦଯାପିତ

2nd

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମିଳନୀର ତୃତୀୟ ଦିବସରେ ଭାରତର ନବ ପ୍ରତିଭା ମତ୍ସ୍ୟ ଗବେଷକ ଓ ଡକ୍ଟରେଟ ଉପାଧିଧାରୀ, ବୈଜ୍ଞାନିକ ତଥା କୃତ୍ତି ମେଧାବୀ ମତ୍ସ୍ୟ-ବିଜ୍ଞାନୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ଦ୍ୱିତୀୟ ଦିବସର କର୍ମଶାଳା ଏବଂ ମତ୍ସ୍ୟ ସମ୍ପଦର ବିକାଶ ଅଭିବୃଦ୍ଧି ସମ୍ପର୍କିତ ଜ୍ଞାନ କୌଶଳ ପ୍ରଶିକ୍ଷଣ ସମାରୋହରେ ମତ୍ସ୍ୟ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଭଲ କୁଶଳୀ ଅଭିଜ୍ଞତା ହାସଲ କରିବା ଏବଂ ଯୋଗ୍ୟତା ସମ୍ପନ୍ନ ସଫଳ ନୂତନ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଆଇସିଏଆର୍- ସିଫ୍ରି ନିର୍ଦ୍ଦେଶକ ଡ଼ଃ. ବି.କେ. ଦାସ୍ ଏହି ଉଦଯାପନୀ କର୍ମଶାଳା ସମାରୋହରେ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ପିଏଫ ଜିଏଫ ମୁମ୍ୱାଇର ସମ୍ପାଦକ ଡ଼ଃ. ଏ. ବାଲାଙ୍ଗେ, ଓଏଫ ସିଏଏଆର୍. ସମ୍ପାଦକ ଏମ କେ ତ୍ରିପାଠୀ, ବିଓବିପି, ନିର୍ଦ୍ଦେଶକ ଡ଼ଃ. ପି. କ୍ରିଷ୍ଣାନ୍ (ଚେନାଇ), ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ(ତ୍ରିପୁରା) ର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ଏ.ବି. ପଟେଲ୍, ପ୍ରାକ୍ତନ ଏଡିଜି-ଆଇସିଏଆର୍. ଡ଼ଃ. ବି.ପି. ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ମତ୍ସ୍ୟ ବିଜ୍ଞାନରେ ଗବେଷଣା ଓ ନୂତନ ଜ୍ଞାନ କୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣତା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି । ରଙ୍ଗେଇଲୁଣ୍ଡା (ବ୍ରହ୍ମପୁର) ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ଆଇସିଏଆର୍- ସିଆଇବିଏ ନିର୍ଦ୍ଦେଶକ ଡ଼ଃ. କେ.କେ. ଲାଲ୍ (ଚେନ୍ନାଇ) ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରରେ ନୂତନ ଜ୍ଞାନ କୌଶଳ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଆଇ.ଏଫ୍.ଏସ୍.ଆଇ. ସମ୍ପାଦକ ଡ଼ଃ. ଅର୍ଚ୍ଚନ କାନ୍ତି ଦାସ୍ ଏହାର ତାତ୍ପର୍ଯ୍ୟ ବୁଝାଇ ଶେଷରେ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.