ପାଇକମାଲ ପଞ୍ଚାୟତ ସମିତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଭାଗୃହ ଠାରେ ପାଇକମାଲ ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ଭାବନା ସିଂଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ବରିହା, ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ଦିଶ୍ରୀ, ଏବିଡିଓ ଦେବାଶିଷ ସେହ୍ନା ପ୍ରମୁଖ ମଞ୍ଚାସିନ ଥିଲେ । ବିଡିଓ ପ୍ରଫୁଲ କୁମାର ଓଦୁ ଅତିଥି ପରିଚୟ ପ୍ରଦାନ ସହ ବୈଠକ ଆଭିମୁଖ୍ୟ ବିଷୟରେ କହିଥିଲେ । ଏଥିରେ ୨୨ଟି ପଞ୍ଚାୟତର ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ । ବ୍ଲକର ସମସ୍ତ କର୍ମଚାରୀ ଓ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । କୃଷି ବିଭାଗର ଅଧିକାରୀ ଉପସ୍ଥିତ ନଥିବାରୁ ଜନପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିରିଥିଲେ । ବୈଠକରେ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଜନପ୍ରତିନିଧିମାନେ ଉପସ୍ଥାପନା କରିଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ହୋଇ ଥିବା ପାଣି ଟାଙ୍କିରୁ ପାଣି ବାହାରୁ ନଥିବା ଓ ଟାଙ୍କିମାନଙ୍କରୁ ପାଣି ଲିକ ହେଉଥିବା ବିଷୟରେ ଅଭିଯୋଗ କରିଥିଲେ । ଆଗକୁ ଗ୍ରୀଷ୍ମଋତୁ ଆସୁ ଥିବାରୁ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ କରାଯିବା ପାଇଁ ବିଡିଓ ଶ୍ରୀ ଓଦୁ କହିଥିଲେ ।

Leave A Reply

Your email address will not be published.