ପଦ୍ମପୁର, (କେପିଏନ୍ଏସ୍) : ପଦ୍ମପୁରରେ ଫଳାଫଳର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେମିତି ପୂରଣ ହେବ ତା’ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି ସେ ସବୁ ପାଳନ କରାଯିବ । ପଦ୍ମପୁର ଓ ସେଠାକାର ଲୋକଙ୍କ ବିକାଶକୁ ଗୁରୁତର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପଦ୍ମପୁର ନିଶ୍ଚିତ ଯିବେ କିନ୍ତୁ ତାରିଖ ସ୍ଥିର ହୋଇନାହିଁ ବୋଲି ସୂଚନା ମିଳିଛି । ପଦ୍ମପୁର ବିକାଶକୁ ସେ ନିଜେ ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ସେବା କରିବାକୁ କହିଆସୁୁଛନ୍ତି । ଦଳ ଆହୁରି ଲୋକଙ୍କ ସେବା କରି ଆର୍ଶୀବାଦ ନେବ । ଆହୁରି ଭରସା ଜିତିବାକୁ ଦଳ ଉଦ୍ୟମ କରିବ । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ କରିବାକୁ ସମସ୍ତ ଚେଷ୍ଟା କରାଯିବ । ତେଣୁ ୨୦୨୪ ପାଇଁ ବିଜେଡି ବଡ ପ୍ରସ୍ତୁତି କରିବ ବୋଲି ସମୀକ୍ଷା ବୈଠକରେ ନେତାମାନେ ମତ ପ୍ରକାଶ କରଛନ୍ତି ।