ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଇନ୍ଦ୍ରାନଗର ସ୍ଥିତ ଶବରୀ ନାରାୟଣ ଧର୍ମଶାଳାଠାରେ ସର୍ବ ଭାରତୀୟ କେନ୍ଦ୍ର ସରକାର ପେନସନଧାରୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ସଭାପତି ବିଜୟ କୁମାର ପୁରୋହିତଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଯାଇଛି । ସମ୍ପାଦକ ବୃଷଭ ସା ବାର୍ଷିକ ବିବରଣୀ ଓ ରାହାସ ବିହାରି ଭୋଇ ବାର୍ଷିକ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଓଡିଶା ସର୍କଲ କଟକ ଶାଖା ଜେନେରାଲ ସମ୍ପାଦକ ଅଭିମନ୍ୟୁ ନାୟକ ମୁଖ୍ୟ ଅତିଥି, ସହସଂପାଦକ ଟି.ସୁବା ରାଓ ସମ୍ମାନିତ ଅତିଥି ଏବଂ ରେଲୱେର ଅବସରପ୍ରାପ୍ତ ପେନସନଧାରୀ ନିଳାଞ୍ଚଳ ହୋତା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ମୁଖ୍ୟଅତିଥି କେନ୍ଦ୍ର ସରକାରୀ ପେନସନଧାରୀମାନଙ୍କର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ପେନସନଧାରୀମାନେ ଯୋଗ ଦେଇଥିଲେ । ଜୟଦେବ କଳା ସଂସଦର କଳାକାରମାନେ ଭଜନ ପରିବେଷଣ କରିଥିଲେ । ଏହି ଶ୍ରେଷ୍ଠ ୮୦ ବର୍ଷ ପଦାର୍ପଣ କରିଥିବା ଅର୍ଜୁନ ଚରଣ ସେଠି ଏବଂ ପ୍ରହଲ୍ଲାଦ କୁମାର ଯୋଷୀକୁ ସମ୍ମାନୀତ କରାଯାଇଥିଲା । ସର୍ବ ଭାରତୀୟ ଇଣ୍ଡିଏନ୍ ଆଇଡଲରେ ଗୋଲଡେନ ଟିକଟ ପାଇଥିବା ଅଜୟ ଅମର ସିଂହଦେଓଙ୍କୁ ମଧ୍ୟ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ତ୍ରିପାଠି, ଜନ୍ମେଜୟ ହୋତା, ବିଦେଶୀ ସାହୁ, ଚମ୍ପେଶ୍ୱର ମିଶ୍ର, ରମାକାନ୍ତ ପାଣିଗ୍ରାହୀ, ଲନ୍ଧିନ୍ଦ୍ର ପୁଟେଲ, କ୍ଷମାସାଗର ଯୋଷୀ, ଦିଲିପ ସିଂଦେଓ, ଶମ୍ଭୁପାଣି ପାତ୍ର ଇତ୍ୟାଦି କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଶେଷରେ ମଧୁ ମିର୍ଧା ଧନ୍ୟବାଦ ପ୍ରଦାନ କରିଥିଲେ । ବୃଷଭ ସା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।