ଗଣ୍ଡାବଜା ପତ୍ରିକା ତରଫରୁ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡାବଜା ପତ୍ରିକା ଦ୍ୱାରା ଆଇନ ମହାବିଦ୍ୟାଳୟ ବଲାଙ୍ଗିର ପରିସରରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଓ ଦୌରା ଜଜ୍‌ ବଲାଙ୍ଗିର ଲୋକନାଥ ମହାପାତ୍ର, ମୁଖ୍ୟବକ୍ତା ଭାବେ ରକି ବିଶ୍ୱାଲ ରାଜନୀତି ବିଜ୍ଞାନ ଅଧ୍ୟାପକ ସୋନପୁର କଲେଜ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଦିନେଶ ନାଗ, କ୍ଷମାନିଧି ଝାଙ୍କର ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ ପଥରଚେପା, ସବିତା ନନ୍ଦ ସଭାନେତ୍ରୀ ପଶ୍ଚିମ ଓଡିଶା ମହିଳା ସଂଗଠନ, ସୁଷମା ବଏ ସମାଜିକ କର୍ମୀ ଏବଂ ଅଧ୍ୟକ୍ଷ ଆଇନ ମହାବିଦ୍ୟାଳୟ ବଲାଙ୍ଗିର ଯୋଗଦାନ କରିଥିଲେ । ଆଇନକୁ ସମ୍ବିଧାନ ହିଁ ଠିକ୍‌ ବାଟରେ ନେଇଥାଏ । ସମ୍ବିଧାନର ଉଦ୍ଧ୍ୱର୍ରେ ରହି କେହି ଆଇନ ତିଆରି କରିପାରିବେ ନାହିଁ ତାର ଏକ ଉଦାହରଣ ଦେଇ ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ । ଗଣତନ୍ତ୍ରର ଶବ୍ଦକୋଷ ସମ୍ବିଧାନ ହେବା ଉଚିତ ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ । ସ୍ୱାଭିମାନ, ସମାନତା କେବଳ ଏକ ବିଶାଳ ଦେଶରେ ସମ୍ବିଧାନ ହିଁ ଦେଇପାରିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ବିଦ୍ୟାଳୟରୁ ହିଁ ସମାନତାର ଶିକ୍ଷା ଜରୁରି ବୋଲି ଅଧ୍ୟକ୍ଷ ଶ୍ରୀ ଝାଙ୍କର ପ୍ରକାଶ କରିଥିଲେ । ସବିତା ନନ୍ଦ ମହିଳା ପରିବାରରେ ମଧ୍ୟ ଅସମାନତାର ଶିକାର ହେଉଥିବା ପ୍ରକାଶ କରିଥିଲେ । ଦିନେଶ ନାଗ ସମ୍ବିଧାନ ବାବା ସାହେବଙ୍କର ଅବଦାନ ବୋଲି ବିସ୍ତୀର୍ଣ୍ଣ ଭାବରେ ବର୍ଣ୍ଣନା କରିଥିଲେ । ସର୍ବଦା ନିସ୍ପେଷିତଙ୍କ ସ୍ୱର ପାଇଁ ସ୍ୱର ଉଠାଇଥିବା ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ମଧୁସୁଦନ ପତି ଓ ଯୁବ ଦଳିତ ସମାଜ ସେବକ ଶଙ୍କର ନନ୍ଦଙ୍କୁ ଗଣ୍ଡାବଜା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ସଂଗଠନ ମହିଳାଙ୍କ ଅଧିକାର ପାଇଁ ଲଢିବାକୁ ସମ୍ବିଧାନ ହିଁ ଏକମାତ୍ର ଅସ୍ତ୍ର ଭାବରେ ସଂଗଠନର ସଭାନେତ୍ରୀ ସଂପାଦିକାଙ୍କୁ ଜିଲ୍ଲା ଦୌରା ଜଜ୍‌ ଏବଂ ପ୍ରଫେସର ମଧୁସୁଦନ ପତି ଏକ ସମ୍ବିଧାନ ପୁସ୍ତକ ପ୍ରଦାନ କରିଥିଲେ । ତରଣୀସେନ ଦୀପ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ହେମ ସୁନ୍ଦର ନାଗ ସକ୍ରିୟ ସହଯୋଗ କରିଥିବା ବେଳେ କେସନ ମହାନନ୍ଦ, ମଙ୍ଗଳୁ ତାଣ୍ଡି, ଯାଜ୍ଞସିନୀ ଦିପ, ମିଲି ତାଣ୍ଡି, ନରି ବେହେରା, ବିପିନ ବାରିକ, ଅଚ୍ୟୁତ ନାଗ, ନଳିନୀ ଦିପ, ଶେଷ ବଏ, ବିହାରି ଦିପ, ଲକ୍ଷ୍ମଣ ଦିପ, ସଂଜିବ ମୁନା ଏବଂ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସମ୍ବିଧାନର ମୁଖବନ୍ଧ ପଠନ କରିଥିଲେ ।

Leave A Reply

Your email address will not be published.