oom

ଉତ୍ତମ ଶିକ୍ଷକ ଭାବରେ ଚାଣ୍ଡାଳ ମିଶ୍ର ସମ୍ବର୍ଦ୍ଧିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ସ୍ଥିତ ରମେଶ ଚନ୍ଦ୍ର ସିଂଭୋଇ ଷ୍ଟାଡିୟମରେ ବ୍ଲକ ପ୍ରଶାସନ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ ଅବସରରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କୁ ଜଣେ ଉତ୍ତମ ଶିକ୍ଷକ ଭାବରେ ସମ୍ବର୍ଦ୍ଧିତ କରାଯାଇଛି । ସଇଁନ୍ତଲା ବ୍ଲକର ବିଡିଓ ଚନ୍ଦ୍ରମଣି ନାଗ ଉପଢୌକନ ତଥା ମାନପତ୍ର ଦେଇ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ସେବାକୁ ବୃତ୍ତି ନ ଭାବି ନିଶା ଭାବରେ ଗ୍ରହଣ କରୁଥିବା ଶ୍ରୀ ମିଶ୍ର ଦୀର୍ଘ ୩୧ ବର୍ଷ ଧରି ଘୁନସର ଉଚ୍ଚ ବିଦ୍ୟାଳୟ, ସଇଁନ୍ତଲା ନୋଡାଲ ବିଦ୍ୟାଳୟରେ ଶିକ୍ଷକତା କାର୍ଯ୍ୟ କରିଛନ୍ତି । ସେ ଦେଓଗାଁ ବ୍ଲକ ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର ସ୍ୱର୍ଗତ ଦୁର୍ଗା ମାଧବ ମିଶ୍ର ଓ ଜନକ ମିଶ୍ରଙ୍କର ସୁପୁତ୍ର ଅଟନ୍ତି । ସେହି ସମୟରେ ଏମ୍‌ଏସି ବିଇଡି ଯୋଗ୍ୟତା ଥାଇ ମଧ୍ୟ ଅନ୍ୟ ଚାକିରିକୁ ନ ଯାଇ ଶିକ୍ଷକତା ବୃତ୍ତିକୁ ଆପଣାଇ ଥିଲେ । ଶିକ୍ଷାଦାନ ସହିତ ବୃକ୍ଷ ରୋପଣ, ସଡକ ସୁରକ୍ଷା ଓ ସମାଜସେବା କାର୍ଯ୍ୟକୁ ଭଲ ପାଉଥିବା ବ୍ୟକ୍ତି ଅଟନ୍ତି । ତାଙ୍କର ସମ୍ବର୍ଦ୍ଧିତକୁ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ପ୍ରଶାସନିକ ଅଧିକାରୀ ଦୋଳ ଗୋବିନ୍ଦ ବେହେରା, ଦେଓଗାଁ ବ୍ଲକ ତହସିଲଦାର ଯୁଗଳ ବିଶ୍ୱାଲ, ଡିଏସ୍‌ଏସ୍‌ ରାଜେଶ ମିଶ୍ର, ବଲାଙ୍ଗିର ଜୁନିୟର ରେଡକ୍ରସ ଅଫିସର ସୁବାଷ ପଟେଲ, ସୋନପୁର ଜୁନିୟର ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ତଥା ବିଭିନ୍ନ ଶିକ୍ଷକ ଓ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

jittmm
Leave A Reply

Your email address will not be published.