ସ୍ୱାଧୀନତା ଦିବସ ଅବସରରେ କୃତି ଛାତ୍ରୀ ସୁଶ୍ରୀ ସୈରେନ୍ଦ୍ରୀ ସାହୁ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମାଟ୍ରିକ ପରୀକ୍ଷାରେ ଲୋଇସିଂହା ବ୍ଲକରେ ସର୍ବୋଚ୍ଚ ନମ୍ବର(ଏ୧) ରଖି ପାସ କରିଥିବା ପଞ୍ଚାୟତ ନୋଡାଲ ହାଇସ୍କୁଲ, କୁଶଙ୍ଗର ଛାତ୍ରୀ ସୁଶ୍ରୀ ସୈରେନ୍ଦ୍ରୀ ସାହୁଙ୍କୁ ସ୍ୱାଧୀନତା ଦିବସ ଅବସରରେ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ବିଡ଼ିଓ ବିଜୟ କୁମାର ହୋତା ତାଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଭାବେ ବିଇଓ ରୀନା କୁମାରୀ ବେହେରା ନଗଦ ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.