ବ୍ୟାଙ୍କ୍ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବ୍ୟାଙ୍କ୍ ଅଫ୍ ବରୋଦା, ପଦ୍ମପୁର ଶାଖାର କାର୍ଯ୍ୟରତ ଏଜେଣ୍ଟ ମ୍ୟାନେଜର ମିସ୍ ସୁଦେଷ୍ଣା ନାୟକଙ୍କୁ ଅନୁଗୁଳ ଜିଲ୍ଲା ବଡ଼କେରା ବ୍ୟାଙ୍କ୍ ଅଫ୍ ବରୋଦା ଶାଖାକୁ ବଦଳି ହୋଇଛି । ଏହି ଅବସରରେ ଗତକାଲି ସଂଧ୍ୟାରେ ବ୍ୟାଙ୍କ୍ ଅଫ୍ ବରୋଦା ପଦ୍ମପୁର ଶାଖା ତରଫରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ ପଦ୍ମପୁର ଶାଖା ପରିଚାଳକ ରାଜେଶ କର୍ଣ୍ଣ, ସନ୍ତୋଷ ପଧାନ, ସୁଧୀର କିଷାନ୍, ମନୋରଞ୍ଜନ ପଧାନ, ଅଜିତ ସାହୁ, ଶିବାଶିଷ ପଟ୍ଟନାୟକ ଓ ବନମାଳୀ ଉପସ୍ଥିତ ଥିଲେ । ମିସ୍ ନାୟକ ୨୦୧୯ ମସିହା ଜୁନ ମାସରେ ପଦ୍ମପୁର ଶାଖାରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ପଦ୍ମପୁର ଜନ ସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଥିଲେ ।

Leave A Reply

Your email address will not be published.