oom

ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଚଳିତ ବର୍ଷ ପଞ୍ଚସ୍ତରୀ ବର୍ଷ ପୂର୍ତ୍ତ ଅବସରରେ ପ୍ଲାଟିନମ ଜୁବୁଲି ପାଳନ କରୁଅଛି । ୧୯୪୪ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଅନେକ ସଫଳ ଛାତ୍ର ସୃଷ୍ଟି କରି ଅଞ୍ଚଳର ଗୌରବ ବୁଦ୍ଧି କରିଛି । ଏଇ ପରିପ୍ରେକ୍ଷୀରେ ୧୯୪୪ରୁ ୧୯୬୫ ପର୍ୟ୍ୟନ୍ତ ଅନେକ ବର୍ଷୀୟନ ପୁରାତନ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୧୩ ତାରିଖ ଦିବା ୧୦ ଘ.ରେ ଶିକ୍ଷାନୁଷ୍ଠାନ ପରିସରରେ କନିଷ୍ଠ ପୁରାତନ ଛାତ୍ରଛାତ୍ରୀମାନଙ୍କ ସମ୍ବର୍ଦ୍ଧିତ କରାଯିବା ପାଇଁ ପ୍ଲାଟିନମ ଜୁବୁଲି ପାଳନ କମିଟିର ସଭାପତି ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଥିରୀକୃତ କରାଯାଇଛି । ପ୍ରସ୍ତାବିତ ସମ୍ବର୍ଦ୍ଧନା ସଭାରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ମହା ସମାବେଶର ଆୟୋଜନ ପାଇଁ ବିଶେଷ ପ୍ରସ୍ତୁତି ଚାଲିଛି । ସମ୍ବର୍ଦ୍ଧନା ପର୍ବ ସହିତ ଅନ୍ୟାନ୍ୟ ବୌଦ୍ଧିକ ତଥା ସାଂସ୍କୃତିକ କାର୍ଯ୍ୟ’କ୍ରମ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ଏଥି ସହିତ ଅନ୍ତିମ ପର୍ଯ୍ୟୟ ପର୍ଯ୍ୟନ୍ତ ମଝି ମଝିରେ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନେଇଛି । ଏଇ ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ବହୁତ ସଂଖ୍ୟାରେ ଉପସ୍ଥିତ ରହିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.