ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର : ଆଜି ପୂର୍ବାହ୍ନରେ ରାହାମାରେ ଅବସ୍ଥିତ ସାରଳା ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଏହି କଲେଜରେ କାର୍ଯ୍ୟ କରିଥିବା ୬ ଜଣ ଅଧ୍ୟାପକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ସୁବାସ ଚନ୍ଦ୍ର ମହାନ୍ତି, ସର୍ବେଶ୍ୱର ମହାରଣା, ପତିତପାବନ ନାୟକ, କୈଳାଶ ଚନ୍ଦ୍ର ଜେନା, ହିମାଂଶୁ ଆଚାର୍ଯ୍ୟ ଓ କ୍ଷେତ୍ରବାସୀ ରାଉତ ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷ ଅଦ୍ୱେତ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଅଜିତ କିଶୋର ପରିଜା ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । କଲେଜର ଅନେକ ପୂର୍ବତନ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୨୦୦୫ ବ୍ୟାଚରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ପଢ଼ୁଥିବା ବେଳେ ୨୦୦୫ ମସିହାରେ କଲେଜ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କରିଥିଲେ । କଲେଜର ପୂର୍ବତନ ଛାତ୍ର ତଥା ବିବିସି ନ୍ୟୁଜର ସାମ୍ବାଦିକ ସୁବ୍ରତ କୁମାର ପତି, ପୂର୍ବତନ ଛାତ୍ର ସଂସଦ ସଭାପତି ଅମରେନ୍ଦ୍ର ବିଶ୍ୱାଳ ଓ ପୂର୍ବତନ ଆଥଲେଟିକ ସେକ୍ରେଟାରୀ ଜିତେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.