ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଠାରେ ବଙ୍ଗୋମୁଣ୍ଡା ଯୁବ ବିଜେଡି ପକ୍ଷରୁ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେଡି ନେତା ଅଜିତ ଯୋଶୀଙ୍କୁ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଯୁବ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ବଙ୍ଗୋମୁଣ୍ଡା ନଗର ଯୁବ ବିଜେଡି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପୂର୍ବତନ ଜିଲ୍ଲା ପରିଷଦ ଲାଲଚନ ପୁଟେଲ ବରିଷ୍ଠ ବିଜେଡି ନେତା କ୍ଷୀରେନ୍ଦ୍ର ସାହୁ, ଓମ ପ୍ରକାଶ ରାଓ, ସାମ୍ବାଦିକ ଅନିଲ ଖମାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ବିଜେଡିର ଯୁବ ଟାଣୁଆ ନେତା ଅଜିତ ଯୋଶୀ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ପାଇଥିବାରୁ ତାଙ୍କୁ ବଙ୍ଗୋମୁଣ୍ଡା ଟିକୁନ ଗୁଛେନ କ୍ଳବ, ମାଁ ମାହେଶ୍ୱରୀ କଳା ପରିଷଦ, ବଙ୍ଗୋମୁଣ୍ଡା ଫୁଟବଲ ଟିମ, ପାୱାର ହିଟର କ୍ରିକେଟ କ୍ଳବ, ଯୁବ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ବିରୋଧରେ ଜୋରଦାର ବର୍ଷିଥିଲେ । ଉପମୁଖ୍ୟମନ୍ତ୍ରୀଙ୍କ ଚାଷୀଙ୍କୁ ନୌଟଙ୍କିବାଜ ମନ୍ତବ୍ୟକୁ ଆଗାମୀ ଦିନରେ ଚାଷୀ, ଜନସାଧାରଣ ଉଚିତ ଜବାବ ଦେବେ ବୋଲି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ଜୋରଦାର ବର୍ଷିଥିଲେ । ରେଣୁ ରଞ୍ଜନ ବାଗ ସଭା ସଂଯୋଜନା କରିଥିଲେ । ପିଣ୍ଟୁ ଦାସ, ମଣ୍ଟୁ ସରାଫ, ବାଲା ସାହୁ, ପିଙ୍କୁ ସାହୁ, ଶୋଭନ ସରାଫ, କିରଟୀ ସାହୁ, ବାଦଲ ପାତ୍ର, ଆକାଶ ପାତ୍ର, ଡବ୍ଲୁ ହଂସ, ଯଶୋବନ୍ତ ବାଗ ପ୍ରମୁଖଙ୍କ ତତ୍ୱାବଧାନରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.