oom

ଏକଡା ଏକଡା ରାର ଗୀତିକାର ବ୍ୟାସଦେବ ପୁରୋହିତଙ୍କୁ ବିଧାୟକ କଳିକେଶ ସିଂହଦେଓଙ୍କ ଦ୍ୱାରା ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଜ୍ୟୋତ କଳା କେନ୍ଦ୍ର ୫ମ ବାର୍ଷିକ ଉତ୍ସବ ବଲାଙ୍ଗିର କଦଳିମୁଣ୍ଡା ନର୍ସରୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସଂଜ୍ୟୋତ କଳାକେନ୍ଦ୍ର ସଂପାଦିକା ସଂଗୀତା ଦାଶ ସ୍ୱାଗତ ଭାଷଣ ସହ ପୂର୍ବ ବର୍ଷର ବିଷୟ ଉପସ୍ଥାପନା କରିଥିଲେ । ସଭାପତି ବ୍ୟାସଦେବ ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତ ପରିଚାଳନା କରିଥିଲେ । ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତ ଓଡିଶାର କଣ୍ଠଶିଳ୍ପୀ ବେଶ ଘରେ ଘରେ ପରିଚିତ ଗୀତ ଏକଡା ଏକଡା ରା, ହାତି ଝୁଲଇରେ, କାହିଁ ରାମ କାହିଁ ସୀତା ଏବଂ ୧ ହଜାରରୁ ଅଧିକ ଗୀତ ଗାଇ ବଲାଙ୍ଗିରରେ ବେଶ ଚର୍ଚ୍ଚିତ ଥିବା ବେଳେ ପଶ୍ଚିମ ଓଡିଶା ପ୍ରଡୁସର ଏସୋସିଏସନ୍‌ ତରଫରୁ ଲାଇଫ୍‌ ଟାଇମ ଏବାର୍ଡ ପ୍ରଦାନ କରାଯାଇଛି । ଏହି ଅବସରରେ ଦିର୍ଘ ୨ବର୍ଷ ହେଲାଣି କଳା, ସଂସ୍କୃତି ଓ କଳାକାରର ମହାକୁମ୍ଭ ସଦୃଶ୍ୟ ବଲାଙ୍ଗିରର ଲୋକ ମହୋତ୍ସବ ବନ୍ଦ ହୋଇଯାଇଥିବାରୁ ବିଭିନ୍ନ କଳାକାର ଓ ବୁଦ୍ଧିଜୀବୀ ଓ ରାଜନୀତି ଦଳ ଏ ଆଲୋଚନାରେ ଚର୍ଚ୍ଚା ହୋଇଥିଲା । ଆଗାମୀ ନଭେମ୍ବର ୧୯ ତାରିଖ ଦିନ ସନ୍ଧ୍ୟା ୪ଟା ସମୟରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ କଳାକାର ଓ ବୁଦ୍ଧିଜୀବୀ ଏକଜୁଟ ହୋଇ ଲୋକ ମହୋତ୍ସବ ବିଷୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଅଜୟ ଦାସ, ଶାଶ୍ୱତ ତ୍ରିପାଠୀ, ମାନଭଞ୍ଜନ ମିଶ୍ର, ମଧୁସୁଦନ ନାୟକ, ମୁରଲି ପତି, ପ୍ରଭାକର ମିଶ୍ର, ଶରତ ମହାକୁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଳୟ ତ୍ରିପାଠୀ, ରାମ ଦାସ, ଦିଗାମ୍ବର ନାଏକ, ରୋଜିସ୍ମିତା ହୋତା, ସୋମନାଥ ମିଶ୍ର, ଲଳିତ ପୁଝାରୀ, ନବଘନ ଦାଶ, ଦେବେନ୍ଦ୍ର ସାହୁ, ସୁରେନ୍ଦ୍ର ବାବୁ, ସୋମନାଥ ଯୋଷୀ, ମାଧବ ବାରିକ, ପ୍ରଶାନ୍ତ ମହାକୁର, ସୁରେଶ ଷଡଙ୍ଗୀ ଓ ଶେଷରେ ଜୟକୃଷ୍ଣ ମିଶ୍ର
ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.