oom

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଖୁଟୁଲୁମୁଣ୍ଡା ଠାରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଳାଭଟା ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ନବ ନିର୍ବାଚିତ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କପିଳାଭଟା ଗାଁରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ଅନୁଷ୍ଠାନର ସଭାପତି ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ସମ୍ପାଦକ ପାର୍ଥ ହଂସ, କୋଷାଧ୍ୟକ୍ଷ ବୀର ହଂସ, ଜୟନ୍ତୀଲାଲ ହଂସ, ସନ୍ତୋଷ ହଂସ, ଜଗଦୀଶ ହଂସ, କୁବେର ହଂସ, ସୁନୀଲ ହଂସ, ସୁରେନ୍ଦ୍ର ହଂସ, ରାମଚନ୍ଦ୍ର ବିଶି, ଗୋକୁଳ ହଂସ ପ୍ରମୁଖଙ୍କ ସହ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.