oom

ସାମ୍ବାଦିକ ସଂଘ ତରଫରୁ ନୂତନ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲାର ନୂତନ ଥାନାଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କୁ ମଙ୍ଗଳବାର ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଥାନାର ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ପାଇକମାଲ ଥାନାକୁ ବଦଳି ହୋଇଯାଇଛି । ବର୍ତ୍ତମାନ ଥାନା ଅଧିକାରୀ ଶ୍ରୀ ବଢ଼େଇ ସେ ମଧ୍ୟ ବରଗଡ ଜିଲ୍ଲା ପାଇକମାଲ ଥାନାରେ କାର୍ଯ୍ୟରତ ଥିଲେ । ତାଙ୍କ ଯୋଗଦାନ ପରେ ସେ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରୁ ମୁକ୍ତ କରିବା ସହିତ ଅଞ୍ଚଳର ଲୋକଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ ବୋଲି ଶ୍ରୀ ବଢେଇ କହିଥିଲେ । ଏପରିକି ଏହି ଥାନା ଅଞ୍ଚଳରେ ନିଶା କାରବାର ସାଙ୍ଗକୁ ଲୁଟ୍‌ପାଟ୍‌, ଡ଼କାୟତି ଭଳି ଅସାମାଜିକ କାର୍ଯ୍ୟକଳାପକୁ ଉପରେ କଡ଼ା ନଜର ରଖି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏହି ପରିପେକ୍ଷୀରେ କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ଥାନାଧିକାରୀ ଶ୍ରୀ ବଢ଼େଇଙ୍କୁ ଫୁଲତୋଡା ସହ ଉପଢେ଼øକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ଓଜେୟୁ ଜିଲ୍ଲା ସଭାପତି ତଥା ସଂଘର ମୁଖ୍ୟ ପରାମର୍ଶଦାତା ପ୍ରମୋଦ କୁମାର ସେଲମା, ସଂଘ ସଭାପତି ନାରାୟଣ ସାହୁ, ସମ୍ପାଦକ ବିଶାଳ ଅଗ୍ରୱାଲ, ଉପ ସଭାପତି ପ୍ରଦୀପ ବାଗ, କୋଷାଧ୍ୟକ୍ଷ ଅଜିତ ସାହୁ, ସୁଶାନ୍ତ ମେହେର, ଚନ୍ଦ୍ରଭାନୁ ପ୍ରଧାନ, ରାମନାରାୟଣ ବାଗ, ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.