୪ ଜଣ ଯାଦବ ବିଧାୟକ ମାନଙ୍କୁ ଉତ୍କଳ ଯାଦବ ମହାସଭା ଦ୍ଵାରା ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଉତ୍କଳ ଯାଦବ ମହାସଭା ଦ୍ଵାରା କଟକ ସ୍ଥିତ ଯଶୋଦା ଭବନ ଠାରେ ଶନିବାର ଦିନ ନବନିର୍ବାଚିତ ଯାଦବ ବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ସମ୍ବର୍ଦ୍ଧନା ସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କୁ ଫୁଲତୋଡା ଓ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ସଭାରେ ରାଜ୍ୟର ୩୪ ଗୋଟି ସାଂଗଠାନିକ ଜିଲ୍ଲାର କର୍ମକର୍ତ୍ତା ଏବଂ ରାଜ୍ୟର କର୍ମକର୍ତ୍ତା ସାମିଲ ଥିଲେ ।

Leave A Reply

Your email address will not be published.