ବରିଷ୍ଠ ଶିକ୍ଷକ ପ୍ରତାପ ବିଶୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ଅଧୀନ ଗଉଡକେରା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରତାପ ବିଶୋଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଓ ବକ୍ତାଭାବେ ଏବିଇଓ ସଞ୍ଜୁକ୍ତା ମିଶ୍ର, ସ୍ଥାନୀୟ ସରପଞ୍ଚ ହିରଣ୍ମୟୀ ମହାପାତ୍ର ଯୋଗଦେଇ ଶିକ୍ଷାରେ ପ୍ରଗତି ସହ ପିଲାମାନଙ୍କ ସୁବ୍ୟବହାର, ସୁସ୍ଵାସ୍ଥ୍ୟ, ସୁକାର୍ଯ୍ୟ ପ୍ରତି ଦୃଷ୍ଟି ଦିଆଯିବା ବାଞ୍ଛନୀୟ ବୋଲି କହିଥିଲେ । ପ୍ରତାପ ବିଶୋଇଙ୍କ କୌତୁହଳ ପୂର୍ଣ୍ଣ ମଜାଳିଆ କଥା, ପିଲାମାନଙ୍କୁ ହସାଇ ପାଠ ପଢ଼ାଇବା, ମେଳାପୀ ଗୁଣ, ଇଂରାଜୀ ଭାଷାରେ ଗଭୀର ଜ୍ଞାନ ଆଦି ସମ୍ପର୍କରେ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କମିଟି ସଭ୍ୟମାନେ କହିଥିଲେ । ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବସ୍ତିଆ, ସିଆର୍‌ସିସି ପବିତ୍ର ପଣ୍ଡା, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ବିକ୍ରମ ପାତ୍ର, ଲକ୍ଷ୍ମଣ ପୂଜାରୀ, ଫକୀର ଦାସ, ନୀଳକଣ୍ଠ ଚିନେରା, ଏକାଦଶୀ ପ୍ରଧାନ, ଶିକ୍ଷୟିତ୍ରୀ ଦୀପ୍ତିମୟୀ ପରମ ଗୁରୁ, ପ୍ରଣତି ମିଶ୍ର, ପ୍ରତିମା ଷଡ଼ଙ୍ଗୀ ଗ୍ରାମବାସୀ ଓ ଛାତ୍ରଛାତ୍ରୀବୃନ୍ଦ ଯୋଗଦେଇ ତାଙ୍କର ସୁଗଣ ଗାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର ସବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ କମିଟି ସଭାପତି, ସଭ୍ୟସଭ୍ୟା ଓ ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ତରଫରୁ ବିଶୋଇଙ୍କୁ ମାନପତ୍ର, ଉତ୍ତରୀୟ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.