ଛତ୍ରପୁରର ଜୁପିଟର କୋଚିଂ ସେଣ୍ଟରରେ ୪ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଜୁପିଟର କୋଚିଂ ସେଣ୍ଟରରେ ଅଧ୍ୟୟନ କରି ଯୁକ୍ତଦୁଇ ଶ୍ରେଣୀରେ କୃତ୍ତିତ୍ୱ ହାସଲ କରିଥିବା ୪ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଆନୁଷ୍ଠାନିକ ସାମାରୋହରେ ଭବ୍ୟ-ସମ୍ବର୍ଦ୍ଧନା ଦିଆଯାଇଛି । ସେମାନେ ହେଲେ ରାଜ କୁମାରୀ ପାଢ଼ୀ, ରେଭା ସାହୁ, ପ୍ରାଚୀ ପଣ୍ଡା ଏବଂ ଛାତ୍ର ଧୀରେଶ କୁମାର ନାୟକ । ଏହି ଅବସରରେ ବିଦ୍ୟାର୍ଥୀଙ୍କର କୃତ୍ତିତ୍ୱକୁ ସମ୍ମାନ ଜଣାଇ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଜୁପିଟର ଶିକ୍ଷାନୁଷ୍ଠାନର ମୁଖ୍ୟପରିଚାଳକ ସୁଧୀର କୁମାର ସାହୁ, କୋଚିଙ୍ଗ ସେଣ୍ଟରର ସହକାରୀ ଶିକ୍ଷକ ମାନସ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଏନେଇ ଛାତ୍ରଛାତ୍ରୀମାନେ ସମସ୍ତେ ତାଙ୍କର ପିତାମାତା, ଅଭିଭାବକ, ଟିଉସନ ଶିକ୍ଷକ ତଥା ସୁଧୀର ସାହୁଙ୍କୁ ଶ୍ରେୟ ଜଣାଇଥିଲେ ।

Leave A Reply

Your email address will not be published.