ଛତ୍ରପୁର ରେଳଷ୍ଟେସନରୁ ବଡ଼ ଦାସୁଡୁ ସତ୍ୟମଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ ଦାସୁଡୁ ନୃତ୍ୟଗୁରୁ ଆର୍‌. ସତ୍ୟମ ରେଡ୍ଡୀ ବହୁଜନ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ କଳାରତ୍ନ ଜାତୀୟ ଆୱାର୍ଡ-୨୦୨୨ରେ ସମ୍ମାନିତ ହୋଇଛନ୍ତି । ଏହି ଅବସରରେ ବଡ଼ ଦାସୁଡୁଙ୍କ ସହ ଯାଇଥିବା ପ୍ରତିନିଧି ମଣ୍ଡଳୀଙ୍କ ସହ ଦିଲ୍ଲୀରୁ ଫେରି ପୁରୀ ଜଗନ୍ନାଥ ଧାମ ଦର୍ଶନ ସାରି ବୁଧବାର ଛତ୍ରପୁର ନିଜ ଆଶ୍ରମକୁ ଫେରିଛନ୍ତି । ଛତ୍ରପୁର ରେଳଷ୍ଟେସନଠାରେ ପହଞ୍ଚିବା ପରେ ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ ତରଫରୁ ସ୍ୱାମୀଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛତ୍ରପୁରର ବୀର ବଜରଙ୍ଗ ଦଳ, ଆର୍ଯ୍ୟପଲ୍ଲୀ ଓ ଗଞ୍ଜାମ ବ୍ଲକର ଝାଡୁକୁଦା ନିବାସୀ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସେବା ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେଠାରୁ ନାନାଦି ପଟୁଆରରେ ସଂକୀର୍ତ୍ତନ ଦଳର ବାଦ୍ୟ ଧ୍ୱନି ମାଧ୍ୟମରେ ତାଙ୍କୁ ପାଛୋଟି ସହର ପରିକ୍ରମା କରାଯାଇ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମୀନି ଦାସୁଡୁ ସତ୍ୟମ ସେବା ନୃତ୍ୟକଳା କେନ୍ଦ୍ର (ଭଗବତ ଗାଦି) ମୁଖ୍ୟ ଆଶ୍ରମ ପର୍ଯ୍ୟନ୍ତ ନିଆଯାଇଥିଲା । ଶ୍ରୀ ହରିଙ୍କ ନାମ ସହ ଭକ୍ତିବାଦର ଏହି ପରମ୍ପରା ଶଙ୍ଖ ଓ ହୁଳାହୁଳି ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା ।

Leave A Reply

Your email address will not be published.