ଯାଦବ ସମାଜ ପକ୍ଷରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା

  • କଳା ମଣ୍ଡଳଠାରେ କଳା କେନ୍ଦ୍ର ଓ ଆଦିବାସୀ ମେଳା ଦାବୀ କଲା ଯାଦବ ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ଯାଦବ ମହାସଭାର ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଯାଦବ ମହାସଭା ବଲାଙ୍ଗିର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସଭାରେ ପ୍ରଶାନ୍ତ ମହାକୁର ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ବିରେନ୍ଦ୍ର ବନଛୋର ମଞ୍ଚ ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥି ଶ୍ରୀ ବିଶିଙ୍କୁ, ପଙ୍କଜ ସଲେମା ଓ ସତ୍ୟନାରାୟଣ ବାଗ ପୁଷ୍ପ ଗୁଚ୍ଛ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ କବିରାଜ ଭୋଇ ମାନପତ୍ର ପଠନ କରିଥିଲେ । ଏହି ଅବସରରେ ଯାଦବ ମହାସଭା ତରଫରୁ ସ୍ଥାନୀୟ କୋଶଳ କଳା ମଣ୍ଡଳଠାରେ ଏକ କଳାକେନ୍ଦ୍ର ସ୍ଥାପନ କରିବା ସହ ଆଦିବାସୀମାନଙ୍କର କଳା ଓ ସଂସ୍କୃତିର ବିକାଶ ନିମନ୍ତେ ପ୍ରତିବର୍ଷ ଆଦିବାସୀ ଆୟୋଜନ ଏବଂ ଯାଦବ ସମାଜର ଅସ୍ମିତା ବାଡିଖେଳ ପରମ୍ପରାକୁ ରାଜ୍ୟ ତଥା ଜାତୀୟସ୍ତରରେ ଆୟୋଜନ କରିବା ପାଇଁ ଦାବୀ କରାଯାଇଥିଲା । ଉତ୍ତରରେ ଶ୍ରୀ ବିଶି ଯାଦବ ସମାଜର ସର୍ବବିଧ ଉନ୍ନତିକଳ୍ପେ ସବୁ ପ୍ରକାର ସାହାଯ୍ୟ ପ୍ରଦାନ କରିବାକୁ ପ୍ରତିଶୃତି ଦେବା ସହ ଏ ସଂପର୍କରେ କେନ୍ଦ୍ର ମନ୍ତ୍ରଣାଳୟ ସହ ଆଲୋଚନା କରି ଦାବୀ ପୂରଣ କରିବା ପାଇଁ ସମସ୍ତ ପ୍ରୟାସ କରିବେ ବୋଲି କହିଥିଲେ । ଯାଦବ ମହାସଭାର ସଂପାଦକ ପ୍ରଦୀପ ସେଲମାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା । ସଭାରେ ଦୂତିବାହନ ଚନ୍ଦନ, ରଥିଚନ୍ଦ୍ର ଭୋଇ, ଅଧ୍ୟାପକ ଦିବାକର ପୋଡ, ପୂର୍ବନ ଉପସଭାପତି ବାସୁଦେବ ନାଗ, ପୌରାଞ୍ଚଳ ସଂପାଦକ ଅଷ୍ଟମୀ ବଗର୍ତ୍ତି, ଖରତମଲ ରାଉତ, କିଶୋର ଜାଲ, ଜୟ ପ୍ରକାଶ ମଟାରୀ, କୃଷ୍ଣଚନ୍ଦ୍ର ବଗର୍ତ୍ତି, ଆକୁଳ ବଗର୍ତ୍ତି, ବରୁଣ କୁମାର ହେର୍ଣ୍ଣା, ସଂନ୍ଦିିବ ବାଗ, ଜୟଦେବ ଜାଲ, ସଂଜିବ ବାଗ, ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ, ଚିତ୍ତରଂଜନ ମିଶ୍ର, ବିଷ୍ଣୁ ପ୍ରସାଦ କେଡିଆ, ବିଭୁକଲ୍ୟାଣ ଗଡତ୍ୟା, ଦୟାସାଗର ବଗର୍ତ୍ତି ସମେତ ଆଦିବାସୀ ସଂଘ ଏବଂ ଯାଦବ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.