ପୋଲିସ ହାବିଲଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ପୋଲିସ ହାବିଲଦାର କେଶବ ଚନ୍ଦ୍ର ନାଏକଙ୍କୁ ଥାନା ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ନାୟକଙ୍କ ନିଜ ଘର ଅନୁଗୁଳ ଜିଲ୍ଲାରେ ହୋଇଥିବା ବେଳେ ସେ ତାଙ୍କର ଚାକିରି ଜୀବନ କନ୍ଧମାଳ ଜିଲ୍ଲାରେ ଆରମ୍ଭ କରିଥିଲେ । କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରି ସେ ଅବସର ସମୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଥିଲେ । ଶ୍ରୀ ନାୟକ ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ଶାନ୍ତ ସ୍ଵଭାବର ହୋଇଥିବା ବେଳେ ସେ ଜଣେ ଦକ୍ଷ ପୁଲିସ କର୍ମଚାରୀ ଭାବରେ ସାରା କନ୍ଧମାଳ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଅନ୍ୟପଟେ ତାଙ୍କର ମେଳାପୀ ଗୁଣ ଯୋଗୁଁ ଫିରିଙ୍ଗିଆର ଘରେ ଘରେ ପରିଚିତ ଥିଲେ । ଶ୍ରୀ ନାୟକ ହେଉଛନ୍ତି ପୂର୍ବତନ ପରିବହନ ଓ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଭାଣଜି ଜ୍ୱାଇଁ । ଶ୍ରୀ ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଫିରିଙ୍ଗିଆ ଥାନା ପରିସରରେ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ଅଧକ୍ଷତାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.