ବରପାନ ଗାଁର ବିଭିନ୍ନ ସମସ୍ୟା ବୁଝିଲେ ଜିଲ୍ଲା ପରିଷଦ ସଦସ୍ୟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତର ବରପାନ ଗାଁକୁ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ବଙ୍ଗୋମୁଣ୍ଡା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର । ବରପାନ ଗାଁକୁ ଗସ୍ତ କରିଥିଲେ । ସଂକୀର୍ତ୍ତନର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ପ୍ରଥମେ ସେ ବରପାନ ଗସ୍ତ କରି ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗାଁଗୁଡିକରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା, ଭତ୍ତା, ରାସନ କାର୍ଡ, ରାସ୍ତା ଘାଟ, ସ୍ୱାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଗାଁ ଗୁଡିକରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ମହିଳାମାନେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଫୁଲମାଳ ଦେଇ ବନ୍ଦାପନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧଦେବ ଛୁରା, ନରେଶ ତାଣ୍ଡି, ମଧୁସୂଦନ ଛୁରା ପ୍ରମୁଖଙ୍କ ସହ ବହୁ ଜନ ପ୍ରତିନିଧିମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.