centurian jitm

ଛତ୍ରପୁର ସହରର ୧୪ ନମ୍ବର ୱାର୍ଡରେ ପାନୀୟଜଳ ସମସ୍ୟା ନେଇ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟିଲେ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡର କପିଳି ହରିଜନ ସାହି, ଶାନ୍ତିନଗର, କାଳୀମନ୍ଦିର, ନିୟୁ-ପୋଲିସଲାଇନ, ବାସନାପଲ୍ଲୀ ରୋଡ଼ ମେଟ୍ଟା ଆଦି ଅଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି । ଏହି ସମସ୍ୟା ସମ୍ପର୍କରେ ବହୁବାର ଏପରିକି ଦୀର୍ଘ ୪ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଥିବା ହେତୁ ଏହି ଅଞ୍ଚଳର ଜନସାଧାରଣ ଅତିଷ୍ଠ ହୋଇଛନ୍ତି । ଏ ନେଇ ନୂତନ ଭାବେ ଅବସ୍ଥାପିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଉକ୍ତ ଅଞ୍ଚଳବାସୀ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପାନୀୟଜଳ ସମସ୍ୟାର ଖୁବଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି । ଉକ୍ତ ୱାର୍ଡର କାଉନସିଲର ଏମ୍.ଅରୁନ୍ଧତୀ ରେଡ୍ଡୀଙ୍କ ସମେତ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଉକ୍ତ ଦୀର୍ଘ ଦିନର ଦାବୀ ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.