ସ୍ଵତନ୍ତ୍ର କୋଶଳ ପ୍ରଦେଶ ଦାବୀକୁ ସମର୍ଥନ ଜଣାଇ କେସିଙ୍ଗା ବନ୍ଦ

କେସିଙ୍ଗା : ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବୀ ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ଵାନ କ୍ରମେ ଆଜି ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଛି । ତାହାକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଧ୍ୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ବନ୍ଦ ପାଳନ ହୋଇଛି । ବନ୍ଦ ପାଳନ ପ୍ରଭାବରେ କେସିଙ୍ଗା ସହରର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିବା ସହ ଚାରି ଚକିଆ ଗାଡ଼ି ମୋଟର ଚଳାଚଳକୁ ବନ୍ଦ କରାଯାଇଛି । ଆନ୍ଦୋଳନକାରୀଙ୍କ ପକ୍ଷରୁ କେସିଙ୍ଗା ସହର ସ୍ଥିତ ପ୍ରାଣୀ ସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଛକରେ ଏନ୍ଏଚ୍ ୨୬କୁ ଅବରୋଧ କରାଯାଇଛି । ପୂର୍ବତନ ନଗରପାଳ ରାମକୁମାର ଜୈନ ଏହି ବନ୍ଦ ପାଳନରେ ସାମିଲ ହୋଇ ପଶ୍ଚିମ ଓଡ଼ିଶା ସମେତ କେବିକେ ଅଞ୍ଚଳର ଜିଲ୍ଲା ଗୁଡ଼ିକୁ ନେଇ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବୀ ଯଥାର୍ଥ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୋତି କୈବର୍ତ୍ତ, ବିଜୟ ଦୀପ, ଟିକେମନ ଦୀପ, ତ୍ରିନାଥ ନାଏକଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ଵରେ କେସିଙ୍ଗା ସହରର ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.