ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ସୀତାରାମପଲ୍ଲୀରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ସମାରୋହରେ ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ପାରମ୍ପରିକ ବିଧିବିଧାନ ସହକାରେ ଯୁବଗୋଷ୍ଠୀଙ୍କ ପୂର୍ଣ୍ଣ ସହଯୋଗରେ ହନୁମାନଜୀଙ୍କ ୧୦୮ ଥର ହନୁମାନ ଚାଳିଶା ପାଠ ହୋଇଥିଲା । ସାହି ମୁହଁରେ ଥିବା ୨୦ ଫୁଟ୍ ଉଚ୍ଚତା ବିଶିଷ୍ଟ ହନୁମାନ ବିଗ୍ରହଙ୍କୁ ଗନ୍ଧ ପୁଷ୍ପରେ ସୁସଜ୍ଜିତ କରାଇ ଏକାଗ୍ରତ ଚିତ୍ତରେ ସାମୁହିକ ଚାଳିଶା ପାଠ କରାଯାଇଥିଲା । ଠାକୁରଙ୍କ ହୋମ, ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇ ନାନା ବାଦ୍ୟ ଧ୍ୱନି ସହ ଶଙ୍ଖ ହୁଳାହୁଳି ଧ୍ୱନିରେ ସ୍ଥାନଟି ମୂଖରୀତ ହୋଇଉଠିଥିଲା । ପଣା ବିତରଣ ସେବା ଓ ଦିନତମାମ୍ ଧରି ଆନନ୍ଦ ବଜାର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟତଃ ତିନି ହଜାର ଭକ୍ତ ଅନ୍ନ ପ୍ରସାଦ ସେବନ କରି ଖୁସିରେ ଏହି ପବିତ୍ର ବିଷୁବ ସଂକ୍ରାନ୍ତି ପର୍ବ ପାଳନ କରିଥିଲେ ।
Next Post