୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦଯାପିତ ହୋଇ ଯାଇଛି । ଆଜି ପ୍ରାତଃ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ଜମରତଲା ହାଇସ୍କୁଲ ରାଜେଶ ଖମାରୀ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର କ୍ରୀଡ଼ାକୁ ଆରମ୍ଭ କରିଥିଲେ । ଆଜି ଶିଶୁ ବାଟିକା ବିଭାଗର ଖେଳ ଗୁଡିକ ବେଶ୍‌ ଚିତ୍ତାକର୍ଷକ ଥିଲା । ଉଦ୍‌ଯାପନୀ ଉତ୍ସବରେ ଶିକ୍ଷା ବିକାଶ ସମିତି ଓଡିଶାର ଯୁଗ୍ମ ସମ୍ପାଦକ ଖଗେଶ୍ୱର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରି ଶିଶୁମାନେ ନିଜକୁ ଖେଳାଳୀ ମନୋଭାବ ରଖି ବିଶ୍ୱ ସ୍ତରରେ ନାମ ରଖିବାର ପ୍ରୟାସ ଜାରି ରଖିବା ପାଇଁ ମାର୍ଗଦର୍ଶନ କରିଥିଲେ । ଶେଷରେ ଧ୍ଵଜା ଅବରୋହଣ କରି କାର୍ଯ୍ୟକ୍ରମକୁ ସମାପନ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବରେ ଟାଉନ ‌ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ଚନ୍ଦ୍ରମଣି ସାହୁ, ଶିକ୍ଷା ବିକାଶ ସମିତି ବିଦ୍ଵତ୍ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା, ସଭାପତି ପୃଥ୍ୱୀରାଜ ସାହୁ, ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ ବୃତ୍ତ କଥନ କରିଥିଲେ । ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଉକ୍ତ କ୍ରୀଡ଼ା ସମାରୋହରେ ୭୯ ଟି ପ୍ରତିଯୋଗିତାରେ ୨୫୨ ଜଣ ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ ଖେଳାଳୀ ଭାବରେ ବାଳ ବର୍ଗରୁ ଡୁଲେଶ୍ଵରୀ ନାଗ ଓ କିଶୋର ବର୍ଗରୁ ଶେଫାଳୀ ପ୍ରଧାନ ପୁରସ୍କୃତ ହୋଇଥିଲେ । ମାତୃ ଭାରତୀ ଓ ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.