oom

ଓଡିଶା ପ୍ରାନ୍ତୀୟ ଜୈନ ସଭାର ଶପଥ ସମାରୋହ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁଷୁରା ଜୈନ ଭବନ ଠାରେ ଓଡିଶା ଜୈନ ଶ୍ୱେତାମ୍ବର ତେରାପନ୍ଥ ପ୍ରାନ୍ତୀୟ ସଭାର ଶପଥ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶ୍ରବଣୀ ନିଦ୍ଦେର୍ଶିକା ଜିନ ପ୍ରଜ୍ଞାଜୀ ଓ ଶ୍ରବଣୀ କ୍ଷତି ପ୍ରଜ୍ଞାଜୀଙ୍କ ଉପସ୍ଥିତରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାନ୍ତୀୟ ସଭାର ପୂର୍ବତନ ଅଧ୍ୟକ୍ଷ ମୁକେଶ କୁମାର ଜୈନ ପ୍ରଥମେ ନବନିର୍ବାଚିତ ସଭା ଅଧ୍ୟକ୍ଷ ମନୋଜ କୁମାର ଜୈନଙ୍କୁ ଧର୍ମ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହାପରେ ଶ୍ରୀ ମନୋଜ ନିଜ ଟିମ୍‌ର ସଦସ୍ୟ ମାନଙ୍କୁ ଶପଥପାଠ କରାଇଥିଲେ । ବିଧାୟକ ଶ୍ରୀ ଜୈନଙ୍କୁ ଓଡିଶା ଜୈନ ପ୍ରାନ୍ତୀୟ ସଭା, ତୁଷୁରା ତେରାପନ୍ଥ ସଭା, ମହିଳା ମଣ୍ଡଳ, ମାର୍କେଟ ଆସୋସିଏସ୍‌ନ, ମାରୱାଡି ସମ୍ମିଳନୀ, ବଲାଙ୍ଗିର ମହିଳା ମଣ୍ଡଳ ଓ ଜୈନ ଶ୍ୱେତାମ୍ବର ତେରାପନ୍ଥ ସଭା ପକ୍ଷରୁ ଉତ୍ତରାୟଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତୁଷୁରା ତେରାପନ୍ଥ ସଭା ଅଧ୍ୟକ୍ଷ ବିରେନ୍ଦ୍ର କୁମାର ଜୈନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପାଳ ଜୈନ, ତୁଳସୀ ରାମ ଜୈନ, ସୁଦର୍ଶନ ଜୈନ, ଭୂପେନ୍ଦ୍ର ଜୈନ, ଦୀନଦୟାଲ କେଡିଆ, ଆନନ୍ଦ ଜୈନ, ଗୌତମ ଜୈନ, ସୁନିଲ ଜୈନ ପ୍ରମୁଖ ମଞ୍ଚାସୀନ ଥିଲେ । ସରିତା ମୋଦି ଓ ସ୍ୱେତା ଜୈନ ମଞ୍ଚ ପରିଚାଳନା କରିଥିବା ବେଳେ ମହିଳା ମଣ୍ଡଳର ଅଧ୍ୟକ୍ଷା ପୂଜା ଜୈନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର, ଟିଟିଲାଗଡ, କେସିଙ୍ଗା, ସିନ୍ଧେକେଲା, କଣ୍ଟାବାଞ୍ଜି, ବେଲପଡା, କୁରସୁଡ, ରିଷିଡା, ଗୁଡଭେଲା, ରାମପୁର ଆଦି ଗ୍ରାମର ବହୁ ଜୈନ ଧର୍ମ ଅନୁରାୟୀ ଲୋକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.