oum

ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ସମାରୋହ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ମଙ୍ଗଳବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ରୋଟାରୀୟନ ନିରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ପରିଚାଳକ ପ୍ରଦୀପ୍ତ କୁମାର ଓଝା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି. ଅଜୟ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ସୁଜିତ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଗାମୀ ବର୍ଷ ନିମନ୍ତେ ରୋଟାରିଆନ୍ ଡକ୍ଟର ବିମଳ ପ୍ରସାଦ ସାହୁ ସଭାପତି ଓ ଦ୍ୱାରୀକା ପ୍ରସାଦ ପଟ୍ଟନାୟକ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀମତୀ ଏସ୍‌. ରେଖା ମହାନ୍ତି ଓ ସ୍ୱାଗତିକା ସାମନ୍ତ ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁପ୍ରିତା ସାମନ୍ତରାୟ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରାୟ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ରୋଟାରିଆନ୍ ସୂର୍ଯ୍ୟନାରାୟଣ ସାମନ୍ତରାୟ, ଚାର୍ଟର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ଏମ୍‌. ଧନଞ୍ଜୟ ରେଡ୍ଡୀ, ଡମ୍ବରୁଧର ସାହୁ, ଇ. ନାଗେଶ୍ଵର ରାଓ, କେ. ବାସୁଦେବ ରାଓ, ପଦ୍ମଚରଣ ସାହୁ ଓ ନିରୋଦ ନାୟକ ପ୍ରମୁଖ ସଦସ୍ୟ ମଣ୍ଡଳୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.