om academy

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ ସମାପିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ଶିକ୍ଷାନୁଷ୍ଠାନ ଏହି ଲକ୍ଷ୍ୟ ପୂର୍ତ୍ତିରେ ସହାୟକ ହୋଇଥାଏ । ଦଶମ ଶ୍ରେଣୀ ଶିକ୍ଷା ସମାପ୍ତି ପରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ୟାରିଅର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆଜି ବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀର (ବିଜ୍ଞାନ, କଳା ଓ ବାଣିଜ୍ୟ) ବିଭାଗର ସ୍ୱାଗତ ସମାରୋହ ସମାପିତ ହୋଇଯାଇଛି । କାର୍ଯ୍ୟକ୍ରମଟି ବିଦ୍ୟାଳୟର ସି. ବି. ଏସ୍‌. ଇ ବିଭାଗର ଉପାଧ୍ୟକ୍ଷା ଡ. ପୂଣ୍ୟତୋୟା ବିଶ୍ୱାଳ ଓ ସି. ଏଚ୍‌. ଏସ୍‌. ଇ ବିଭାଗର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟାଙ୍କ ଦ୍ୱାରା ସ୍ୱାଗତ ଭାଷଣ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଏହା ପରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳିତ ହୋଇଥିଲା, ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର (ସି. ବି. ଏସ୍‌. ଇ)ର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ସି. ଏଚ୍‌. ଏସ୍‌. ଇ.ର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାୟକ ଓ ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ମଧ୍ୟ ଉପସ୍ଥିତ ରହି ଛାତ୍ର, ଛାତ୍ରଙ୍କୁ ଭବିଷ୍ୟତର କର୍ମ ପନ୍ଥା ନିର୍ଦ୍ଧାରଣ ପାଇଁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ର, ଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଉଚିତ ପରାମର୍ଶ ଦେଇଥିଲେ । ସମାରୋହରେ ଛାତ୍ର, ଛାତ୍ରୀ ମାନଙ୍କର ଅଭିଭାବକ ଓ ଅବିଭାବିକା ମାନେ ମଧ୍ୟ ଉପସ୍ଥିତ ଥିଲେ । ବିଦ୍ୟାଳୟର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାଦାନର ସେମାନେ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଅଧ୍ୟାପକ ଅରିନ୍ଦମ ପରିଛା ଓ ଉପାଧ୍ୟକ୍ଷା ଡ. ପୂଣ୍ୟତୋୟା ବିଶ୍ୱାଳଙ୍କ ଦ୍ୱାରା ବିଦ୍ୟାଳୟର ଉପଲବ୍ଧି ଗୁଡିକ (ପି. ପି. ଟି) ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ପରିଶେଷରେ ବିଦ୍ୟାଳୟର ଅଧ୍ୟାପିକା ମାଧୁରୀ ମୋହନ ଧନ୍ୟବାଦ ଅର୍ପଣ କରିଥିଲେ । ବାସ୍ତବରେ ବିଦ୍ୟାଳୟର ସ୍ୱାଗତ ସମାରୋହ ଛାତ୍ର, ଛାତ୍ରୀ ଓ ଅଭିଭାବକ ଓ ଅଭିଭାବିକା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ।

Leave A Reply

Your email address will not be published.