centurian jitm

ସଂସ୍କୃତ ଭାରତୀ ପକ୍ଷରୁ ବଲାଙ୍ଗିରଠାରେ ଚାଲିଥିବା ସଂସ୍କୃତ ସମ୍ଭାଷଣ ବର୍ଗର ସମାପନ ଉତ୍ସବ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରଠାରେ ଗତ ୧୫ ଦିନ ବ୍ୟାପି ବଲାଙ୍ଗିର ପତିତପାବନ ଏକାଡେମୀ ଓ ସରକାରୀ ମହିଳା ବିଦ୍ୟାଳୟରେ ସଂସ୍କୃତି ଭାରତୀ ଉତ୍କଳ ପ୍ରାନ୍ତ ପକ୍ଷରୁ ସଂସ୍କୃତ ସମ୍ଭାଷଣ ବର୍ଗର ଗତକାଲି ସମାପନ ହୋଇଯାଇଛି । ପତିତପାବନ ଏକାଡେମୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗତ କିଛିଦିନ ସଂସ୍କୃତ ମହାବିଦ୍ୟାଳୟରେ ହାଇସ୍କୁଲ ଓ ଅନ୍ୟ ବର୍ଗର ସାଧାରଣ ଲୋକଙ୍କ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଉପଶିକ୍ଷା ଅଧିକାରୀ କେଶବ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଂସ୍କୃତ ଭାରତୀର ରାଜ୍ୟ ଶିକ୍ଷଣ ପ୍ରମୁଖ ମାନସ ରଞ୍ଜନ ସାହୁ ଯୋଗଦେଇ ଥିଲେ । ଅନ୍ୟତମ ଅତିଥି ଭାବେ ପଣ୍ଡିତ ଟିକେ ସ୍ଵର ଗୁରୁ, ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଯୋଗ ଦେଇଥିଲେ । ପ୍ରଶିକ୍ଷଣ ବର୍ଗର ଶିକ୍ଷକ ପୂର୍ଣ୍ଣକାଳୀନ ବିସ୍ତାରକ କାହ୍ନା ବାରିକ, ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟାପକ ଧର୍ମରାଜ ବାଗ ବକ୍ତବ୍ୟ ରଖିଥିଲେ । ସଂସ୍କୃତ ଭାରତୀ ରାଜ୍ୟ ସମ୍ପାଦକ ଅଜିତ କୁମାର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲା ବେଳେ ବର୍ଗରେ କ’ଣ ଶିକ୍ଷା ଗ୍ରହଣ କଲେ ସେ ସମ୍ପର୍କରେ ଶିକ୍ଷାର୍ଥୀ ପିଙ୍କି ସା, କ୍ରିଷ୍ଣା ମହାକୁଡ, ତନୟା ଡାଙ୍ଗ, ପ୍ରିୟମ୍ବଦା ଦାଶ ପ୍ରମୁଖ ତାଙ୍କର ଅଭିଜ୍ଞତା ସଂସ୍କୃତରେ ପରିପ୍ରକାଶ କରିଥିଲେ । ଶେଷରେ ଶୁଭଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସରକାରୀ ମହିଳା ମହାବିଦ୍ୟାଳୟ ସଭାଗୃହରେ ଚାଲିଥିବା ବର୍ଗର ସମାପନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡାକ୍ତର ନିତ୍ୟାନନ୍ଦ ଦାଶ ଠାକୁର, ସମାନିତ ଅତିଥିଭାବେ ବଲାଙ୍ଗିର ଦିବ୍ୟ ଜୀବନ୍ ସଂଘ ସମ୍ପାଦକ ରଘୁନାଥ ବାବୁ, ମୁଖ୍ୟ ବକ୍ତା ରୂପେ ପଣ୍ଡିତ ଟିକେ ସ୍ଵର ଗୁରୁ ଯୋଗଦାନ କରି ସଂସ୍କୃତ ଭାଷା ଉପରେ କହିଥିଲେ । କଲେଜର ଅଧ୍ୟକ୍ଷ ଡ.ମନୋରଞ୍ଜନ ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୫ ଦିନ ଧରି ଚାଲିଥିବା ବର୍ଗରେ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଜିନି, ସୁମନ, ତୃପ୍ତି, ମୁକ୍ତେଶ୍ୱରୀ, ଫଗୁନି ସେମାନଙ୍କ ଅଭିଜ୍ଞତା ସଂସ୍କୃତରେ କହିଥିଲେ । ସଂସ୍କୃତ ଏକ କଠିନ ଭାଷା ବୋଲି ଧାରଣା ଥିବା ବେଳେ ଖୁବ୍ କମ ସମୟ ଭିତରେ ସେମାନେ ଶିଖିବା ସହିତ ବୁଝିବା ଓ କହିବା ଶିଖି ପାରିଥିବାରୁ ସେମାନେ ଶିକ୍ଷକ କାହ୍ନା ବାରିକଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ଅଧ୍ୟାପକ ଶିଖା ପଧାନ, ହେମନ୍ତ ମଲ୍ଲିକ, ସଂଯୁକ୍ତା କୁମାରୀ ନାୟକ, ସଂସ୍କୃତ କଲେଜ ଅଧ୍ୟାପକ ଧର୍ମରାଜ ବାଗ, ସଦାଶିବ ମଲ୍ଲିକ ସଂସ୍କୃତ ଭାରତୀ ରାଜ୍ୟ ଶିକ୍ଷଣ ପ୍ରମୁଖ ମାନସ ରଞ୍ଜନ ସାହୁ ଉପସ୍ଥିତ ଥିଲେ । ଶେଷରେ ସଂସ୍କୃତ ଭାରତୀ ରାଜ୍ୟ ସମ୍ପାଦକ ଅଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତ ନାଟକ ଓ ଗୀତ ନୃତ୍ୟ ଇତ୍ୟାଦିରେ ଭାଗନେଇ ଛାତ୍ରୀମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସଂସ୍କୃତ ଭାରତୀର ବିସ୍ତାରକ କାହ୍ନା ବାରିକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.