
ଲୋଇସିଂହା, (କେପିଏନ୍ଏନ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମଠାରେ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞଟି ତା-୦୮.୦୪.୨୫ରୁ ୧୨.୦୪.୨୫ରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ କଳସଯାତ୍ରା ଏବଂ ଅଧିବାସ ହୋଇଥିଲା । ଏଥିରେ ଗମେର ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ଦ୍ୱିତୀୟ ଦିନ ସକାଳ ୯ଟା ସମୟରୁ ନାମାରମ୍ଭ ହୋଇଥିଲା ଏବଂ ଏହା ୧୨ ତାରିଖ ସକାଳ ୯ଟାରେ ପୂର୍ଣ୍ଣାହୁତି ପଡ଼ିଥିଲା । ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରତ୍ୟେହ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଗ୍ରାମର ନୀଳମଣି ପଟେଲ, ରାଧାକାନ୍ତ ପଟେଲ, ଦିଲ୍ଲୀପ ପଟେଲ, ସୂର୍ଯ୍ୟମଣି ରାଉତ, କନ୍ଦର୍ପ ମଟାରୀ, ବାଳକୃଷ୍ଣ ରାଉତ, ରଞ୍ଜନ ରାଉତ, ଅନିରୁଦ୍ଧ ପଟେଲ ପ୍ରମୁଖଙ୍କ ତତ୍ୱାବଧାନରେ ଏବଂ ବୋଲବମ୍ କମିଟିର ସଦସ୍ୟବୃନ୍ଦ ଓ ଭଦ୍ରା ଗ୍ରାମବାସୀଙ୍କ ସହଯୋଗରେ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଜନ୍ମେଜୟ ରାଉତ ଓ ସଞ୍ଜୁକ୍ତା ରାଉତ କର୍ତ୍ତା ଦାୟିତ୍ୱ ତୁଳାଇ ଥିଲେ ।