ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦୈନିକ ହିନ୍ଦୀ ଭାଷା ପତ୍ରିକା ସନମାର୍ଗର ଉଦୟ ସମ୍ମାନ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସାଂସ୍କୃତିକ ଭରା କାର୍ଯ୍ୟକ୍ରମ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମରେ ସମାହିତ ହୋଇଯାଇଛି । ବଣମଲ୍ଲି ଖୋଜି ବାହାର କରିବାରେ ସନମାର୍ଗର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ଅଟେ ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ମାନ୍ୟବର କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ । ଏହା ଯେ’ ରାଷ୍ଟ୍ରଭାଷା ହିନ୍ଦୀକୁ ଘରେ ଘରେ ପହଞ୍ଚାଇବ । ଏଥିରେ ନିଃ ସନ୍ଦେହ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଛନ୍ତି । ଦୈନିକ ଜାତୀୟ ହିନ୍ଦୀ ଖବର କାଗଜ ସନମାର୍ଗ ଭୁବନେଶ୍ୱର ସଂସ୍କରଣ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଉଦୟ ସମ୍ମାନ- ୨୦୨୫ ଅବସରରେ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ କହିଥିଲେ ଯେ’ ଓଡ଼ିଶାରେ ସାମାଜିକ, ସାଂସ୍କୃତିକ, ଅର୍ଥନୀତି, ପର୍ଯ୍ୟଟନ, ମହିଳା ସଶକ୍ତିକରଣ, ପରିବେଶ ଆଦି ଅନେକ କ୍ଷେତ୍ରରେ ଅହରହ କାର୍ଯ୍ୟ କରି ଅଣହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀ ଖବର କାଗଜ ପ୍ରକାଶନ ଅତ୍ୟନ୍ତ ଜଟିଳ ହୋଇଥିଲେ ମଧ୍ୟ “ସନ୍ ମାର୍ଗ” କେବେ ହେଲେ ପଛକୁ ଫେରି ଚାହିଁ ନାହିଁ । “ସନମାର୍ଗ” ଖବର ପରିବେଷଣ ସହ ବଣ ମଲ୍ଲି ଖୋଜି ବାହାର କରିବାପାଇଁ ଯେଉଁ “ଉଦୟ ସମ୍ମାନ “ଆରମ୍ଭ କରିଛି ତାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ସେ ଆହୁରି କହିଥିଲେ ଯେ’ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବରେ, ମୁଁ ବିଶ୍ୱାସ କରେ ଯେ ଖାଦ୍ୟ କେବଳ ପୋଷଣ ବିଷୟରେ ନୁହେଁ – ଏହା ମର୍ଯ୍ୟାଦା, ଅନ୍ତର୍ଭୁକ୍ତିକରଣ ଏବଂ ସୁଯୋଗ ବିଷୟରେ । ଆମର ସୁଦୃଢ଼ ପିଡିଏସ୍, ବାଜରା ମିଶନ ଏବଂ ପୁଷ୍ଟିସାର ଆଧାରିତ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଓଡ଼ିଶା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ଅଗ୍ରଗତି କରିଛି । କିନ୍ତୁ ପ୍ରକୃତ ପରିବର୍ତ୍ତନ ସେତେବେଳେ ଘଟେ ଯେତେବେଳେ ସମ୍ପ୍ରଦାୟ – ବିଶେଷକରି ମହିଳା ଏବଂ ସ୍ଥାନୀୟ ଉଦ୍ୟୋଗୀ – ନେତୃତ୍ୱ ନିଅନ୍ତି, ଯେପରି ଆଜିର ଅନେକ ପୁରସ୍କାରପ୍ରାପ୍ତ ବ୍ୟକ୍ତି କରିଛନ୍ତି । ମହିଳାମାନଙ୍କ ନେତୃତ୍ୱାଧୀନ ଖାଦ୍ୟ ଉଦ୍ୟୋଗଗୁଡ଼ିକୁ ସ୍ୱୀକୃତି ମିଳିବା ଦେଖି ମୁଁ ବିଶେଷ ଭାବରେ ଗର୍ବିତ । ଏହି ଉଦ୍ୟମଗୁଡ଼ିକ କେବଳ ପରିବାରକୁ ସଶକ୍ତ କରେ ନାହିଁ ବରଂ ଆମର ରୋଷେଇ ପରିଚୟକୁ ସଂରକ୍ଷଣ କରେ ଏବଂ ଜୀବିକା ସୃଷ୍ଟି କରେ । ଆମର ଲକ୍ଷ୍ୟ ହେଉଛି ଶସ୍ୟ, ଶୀତଳ ଭଣ୍ଡାର ଏବଂ ନ୍ୟାୟସଙ୍ଗତ ମୂଲ୍ୟ ପ୍ରଦାନ କରି ସେମାନଙ୍କୁ ସମର୍ଥନ କରିବା । ସେହି ସମୟରେ, ଆମେ ଚାହୁଁଛୁ ଯେ’ ଯୁବପିଢ଼ି ପ୍ରଯୁକ୍ତିବିଦ୍ୟା, ପ୍ୟାକେଜିଂ ଏବଂ ଡିଜିଟାଲ୍ ପ୍ରବେଶ ମାଧ୍ୟମରେ ଖାଦ୍ୟ ବ୍ୟବସ୍ଥାରେ ନୂତନତ୍ୱ ଆଣନ୍ତୁ । ସମସ୍ତ ପୁରସ୍କାର ବିଜେତା, ସନମାର୍ଗ ଏବଂ ଉତ୍ସାହୀ ଦର୍ଶକଙ୍କୁ – ଏହି ସନ୍ଧ୍ୟାକୁ ଏତେ ଅର୍ଥପୂର୍ଣ୍ଣ କରିବା ପାଇଁ ଧନ୍ୟବାଦ । ଆମେ ସମସ୍ତେ କାମ କରିଚାଲିବା ଯାହା ଦ୍ୱାରା କୌଣସି ଥାଳି ଖାଲି ନ ରହେ ଏବଂ ପ୍ରତ୍ୟେକ ପ୍ରୟାସକୁ ସମ୍ମାନୀତ କରିବା ଆବଶ୍ୟକ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଧାନସଭା ବିରୋଧୀ ଦଳନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ, ସରକାର ବଦଳିବା ପରେ ସମ୍ବାଦ ପତ୍ରର ସ୍ୱର ବଦଳିଯାଇଛି. ତେବେ “ସନମାର୍ଗ” ପତ୍ରିକାରେ ସର୍ବଦା ଅନୁସନ୍ଧାନମୂଳକ ଓ ସତ୍ୟ ଖବର ଉପସ୍ଥାପନା କରାଯିବା ଆବଶ୍ୟକ ବୋଲି କହିଛନ୍ତି । ସମ୍ମାନୀତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଯୋଗଦେଇ ଏକାମ୍ର ନିର୍ବାଚନ ମଣ୍ଡଳୀର ଐତିହ୍ୟର ବାର୍ତ୍ତା ପ୍ରଦାନ କରେ ବୋଲି ଉଲ୍ଲେଖ କରି କଳିଙ୍ଗ ଯୁଦ୍ଧ ଦୟାନଦୀ କୂଳରେ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା । ତେଣୁ ଏହି ମାଟି ମହାନ ଏବଂ ଶ୍ରେଷ୍ଠ ସ୍ଥାନ ପ୍ରତିପାଦନ କରିଆସିଛି ବୋଲି କହିଥିଲେ । ଦୈନିକ ଜାତୀୟ ହିନ୍ଦୀ ଭାଷା ପତ୍ରିକା “ସନମାର୍ଗ” ଅନେକ ଚ୍ୟାଲେଞ୍ଜ ଜାରୀ ରଖି ଆସିଛି । କାରଣ ଓଡିଶାର ୧୦ %ଲୋକ ଖବର କାଗଜ ପଢୁଛନ୍ତି । ପୂର୍ବେ ୪୦ ରୁ ୪୫ବର୍ଷର ବୟସ୍କ ଲୋକଙ୍କର ଖବର କାଗଜ ସହ ଜଡିତ ଥିଲେ । ୨୦୦୦ ମସିହା ପରଠାରୁ ବୈଦ୍ୟୁତିକ ଗଣମାଧ୍ୟମ ଆସିବାପରେ ଲୋକେ ତା’ସହ ଜଡିତ ହେଲେ । ଏବେ ସାମାଜିକ ଗଣମାଧ୍ୟମର ବ୍ୟାପକ ହେବାଯୋଗୁ ଖବରକାଗଜର ଚାହିଦା କମିଯାଇଥିବା ଦେଖାଦେଇଛି, ଏହାକୁ ବି ପ୍ରିଣ୍ଟ ମିଡିଆ ବଡ଼ ଚାଲେଞ୍ଜ କରି ଚାଲିଛି ବୋଲି ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ । ବିଶେଷ ଅତିଥିଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇ ହିନ୍ଦୀ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଭୂମିକା ଉପରେ ଆଲୋକପାତ କରି ଏହାର ଭୂୟସୀ ପ୍ରଶଂସା କରି କହିଥିଲେ ଯେ’ ସମାଜକୁ ସୁଧାରିବାରେ ଖବରକାଗଜ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ଉଚିତ ବୋଲି କହି “ସନମାର୍ଗ” ଏଦିଗରେ ପ୍ରୟାସ କରିବା ପାଇଁ ସଦୁପଯୋଗ ଦେଇଥିଲେ । ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା । ହେଲେ ଗଠନମୂଳକ ସମ୍ବାଦ ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା । ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍ । ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗଜରେ କେଉଁ ବର୍ଗଙ୍କ ପାଇଁ କଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍ । ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ୧୧ ଜଣ ଆଦର୍ଶ ବ୍ୟକ୍ତି ବିଶେଷଙ୍କୁ ଉଦୟ ସମ୍ମାନ ୨୦୨୫;ରେ ସମ୍ମାନୀତ କରାଯାଇଥିଲା । ସେହିପରି ୩ଜଣଙ୍କୁ କରୱାଚଉଥ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସନମାର୍ଗର ସମ୍ପାଦକ ରାମକୃଷ୍ଣ ଖଣ୍ଡଲୱାଲ ପ୍ରଥମେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସନମାର୍ଗ ଏଚ.ଆର. ରୂଚି ଖଣ୍ଡରୱାଲ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ମଞ୍ଚକୁ ଦୁଲକାଇ ଦେଇଥିଲା ।
