ମହିଳା ଏବଂ ଶିଶୁ ସଶକ୍ତିକରଣ ଦିଗରେ ପ୍ରୟାସ ପାଇଁ ୭୯ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ହେବେ ସ୍ୱତନ୍ତ୍ର ଅତିଥି

ନୂଆଦିଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ୨୦୨୫ରେ ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲାରୁ ୭୯ତମ ସ୍ୱାଧୀନତା ଦିବସ ପାଳନର ନେତୃତ୍ୱ ନେବେ । ସେ ଏହି ଐତିହାସିକ ସ୍ମାରକୀ ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଦେଶବାସୀଙ୍କୁ ଅଭିଭାଷଣ ପ୍ରଦାନ କରିବେ । ମହିଳା ଏବଂ ଶିଶୁମାନଙ୍କ ସଶକ୍ତୀକରଣ ଏବଂ ଅତ୍ୟାବଶ୍ୟକ ସେବାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାରେ ସେମାନଙ୍କର ଉତ୍ସର୍ଗୀକୃତ ସେବାକୁ ସ୍ୱୀକାର କରି, ୧୭୧ ଜଣ ସ୍ୱତନ୍ତ୍ର ଅତିଥି ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ । ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ; ପର୍ଯ୍ୟବେକ୍ଷକ, ସିସିଆଇଏସ୍ର ବାଳକ-ବାଳିକା, ପିଏମ୍ କେୟାରର ପିଲା, ଓଏସ୍ସିର ସିଡିପିଓ, ଡିସିପିଓ କର୍ମଚାରୀଙ୍କ ସମେତ ମହିଳା ଓ ଶିଶୁ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ପଦାଧିକାରୀ ଅନ୍ତର୍ଭୁକ୍ତ । ଏହି ସ୍ୱତନ୍ତ୍ର ଅତିଥିମାନେ ଦେଶବ୍ୟାପୀ ମହିଳା ଓ ଶିଶୁଙ୍କ ଜୀବନକୁ ଉନ୍ନତ କରିବା ତଥା ସୁଯୋଗ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରରେ କରାଯାଉଥିବା ଅକ୍ଳାନ୍ତ ପ୍ରୟାସକୁ ପ୍ରତିନିଧିତ୍ୱ କରିବେ । ସେମାନେ ୧୫ ଅଗଷ୍ଟ ୨୦୨୫ରେ ଲାଲକିଲ୍ଲାରୁ ଐତିହାସିକ ସ୍ୱାଧୀନତା ଦିବସ ସମାରୋହକୁ ଉପଭୋଗ କରିବେ । ୧୩ ରୁ ୧୬ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତ ସମୟରେ, ସ୍ୱତନ୍ତ୍ର ଅତିଥିମାନେ ୧୪ ଅଗଷ୍ଟ ୨୦୨୫ରେ ସଂସଦ ଭବନ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, କାର୍ତ୍ତବ୍ୟ ପଥ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ ପରିଦର୍ଶନ କରିବେ । କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି: “ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଆମକୁ ସ୍ମରଣ କରାଇ ଦିଅନ୍ତି ଯେ, ପ୍ରକୃତ ରାଷ୍ଟ୍ର ଗଠନ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ପିଲାମାନଙ୍କୁ ପାଳନ ପୋଷଣ କରିବା ସହିତ ଆରମ୍ଭ ହୋଇଥାଏ । ଏହି ସ୍ୱତନ୍ତ୍ର ଅତିଥିମାନେ ସେହି ବିଶ୍ୱାସର ଜୀବନ୍ତ ଉଦାହରଣ । ତୃଣମୂଳ ସ୍ତରରେ ସେମାନଙ୍କର ନିସ୍ୱାର୍ଥପର କାର୍ଯ୍ୟ ମାଧ୍ୟମରେ, ସେମାନେ ଅଗଣିତ ପରିବାର ପାଇଁ ଆଶା, ମର୍ଯ୍ୟାଦା ଏବଂ ସୁଯୋଗ ଆଣିଦେଇଛନ୍ତି । ଏହି ସ୍ୱାଧୀନତା ଦିବସରେ ସେମାନଙ୍କୁ ସ୍ୱୀକୃତି ଦେବା ହେଉଛି ଏକ ବଳିଷ୍ଠ ଏବଂ ସମାବେଶୀ ଭାରତ ଗଠନରେ ସେମାନଙ୍କ ସମର୍ପଣକୁ ସମ୍ମାନ ଜଣାଇବା ପାଇଁ ଆମର ପ୍ରୟାସ । ” ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ସ୍ୱତନ୍ତ୍ର ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରି ଗର୍ବ ଅନୁଭବ କରିବ, ଯାହାଙ୍କ ଅଟଳ ପ୍ରତିବଦ୍ଧତା ଏବଂ ସମର୍ପଣ ଏକ ଶକ୍ତିଶାଳୀ ଓ ସମାବେଶୀ ଭାରତ ନିର୍ମାଣ ଦିଗରେ ପ୍ରେରଣା ସାଜିବ ।

jittmm
Leave A Reply

Your email address will not be published.