centurian jitm

ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକ କଳା ସାଂସ୍କୃତିକ ସମ୍ମିଳନୀ

nschool
  • ଗଞ୍ଜାମ ଜିଲ୍ଲାରେ ୬୭ ଟି ପ୍ରକାର ନୃତ୍ୟ, ନାଟ୍ୟ-ଲୀଳା, ନାଟକ ଆଦି ରହିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ସାଂସ୍କୃତିକ ସମ୍ମିଳନୀ ଏବଂ ଲୋକକଳା ଗୁରୁ, ସଂଗଠକ, ଅଧିକାରୀଙ୍କୁ ମେଗା ମଞ୍ଚରେ ସମ୍ୱର୍ଦ୍ଧିତ ସମାରୋହରେ ଗୁରୁବାର ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅନୁଷ୍ଠିତ ଲୋକକଳା ସମ୍ମିଳନୀ ପ୍ରାରମ୍ଭରେ ସଚେତନତା ଅଭିଯାନ ସ୍ୱରୂପ ଏକ ଶୋଭାଯାତ୍ରା ଗଞ୍ଜାମ କଲେକ୍ଟର ପରିସରରୁ ବାହାରି ଜିଲ୍ଲା ସଂସ୍କୃତି ଭବନରେ ପହଞ୍ଚିଥିଲା । ଏହି ଲୋକକଳା ଶୋଭାଯାତ୍ରାକୁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସବୁଜ ପତାକା ଦେଖାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ କଳାକାର ସମ୍ମିଳନୀ ସଭା ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ ୬୭ ପ୍ରକାର ନାଟ୍ୟଲୀଳା, ନୃତ୍ୟ, ନାଟକ, ନାଟ ଆଦି ବିଭିନ୍ନ ପ୍ରକାର ନିଆରା ପରମ୍ପରା ସମ୍ପନ୍ନ କଳା ଜନ୍ମ ଲାଭ କରିଛି । ଏହା ସମଗ୍ର ବିଶ୍ୱରେ ବିରଳ ଦୃଷ୍ଟାନ୍ତ ବୋଲି କୁହାଯାଏ । ଗଞ୍ଜାମର ରଣପା ନାଚ, ବାଘ ନାଚ ବିଶ୍ୱରେ ପ୍ରସିଦ୍ଧିଲାଭ କରିଛି । ଗଞ୍ଜାମ ଜିଲ୍ଲାର ଲୋକନାଟ୍ୟ ଭାରତ ଲୀଳା ଭାରତ ତଥା ଆନ୍ତଃ ଜାତୀୟସ୍ତରରେ ଅଭିନୀତ ତଥା ମଞ୍ଚସ୍ଥ ହୋଇ ଆସିଥିବା ବେଳେ ଏହି କଳାରେ ମହାନ୍ ବାସ୍ତୁ କଳା, ଭୌତିକକଳା ଭଳି ସଂସ୍କୃତି ଗଞ୍ଜାମ ଜିଲ୍ଲାରେ ଜନ୍ମ ଲାଭ କରିଛି, ଯାହାକି ବିଶ୍ୱବିଦିତ ଅଟେ । ଗଞ୍ଜାମ ଲୋକକଳା ସର୍ବପ୍ରଥମ ଲୋକ ନାଟକ ବୋଲି ବିଶିଷ୍ଟ ଲୋକକଳା ଗବେଷକ ଡଃ. ବାୟାମନୁ ଚର୍ଚ୍ଚି ମତ ପୋଷଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ କଳା ସଂସ୍କୃତି ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଗଞ୍ଜାମ ଜିଲ୍ଲାର ଗାରିମାମୟୀ ଲୋକ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଆକାଶବାଣୀ ସଂଯୋଜକ ଅରୁଣ କୁମାର ଶତପଥୀ, ବିଶିଷ୍ଟ ଲୋକକଳା ଗବେଷକ ଡଃ.ବାୟାମନୁ ଚର୍ଚ୍ଚି, ଜିଲ୍ଲା କଳା ସାଂସ୍କୃତିକ ସଂଘର ଉପ-ସଭାପତି ସନ୍ତୋଷ କୁମାର ପାଢୀ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଫେସର୍ ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ଜିଲ୍ଲାର ବରିଷ୍ଠ କଳାକାର ପ୍ରମୁଖ ଯୋଗଦେଇ ଗଞ୍ଜାମ ଜିଲ୍ଲାର ଲୋକ ସାହିତ୍ୟ, ଲୋକ-ସଂସ୍କୃତି ଲୋକକଳା ପରମ୍ପରାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ଗଞ୍ଜାମ ଜିଲ୍ଲା ଲୋକକଳାର କ୍ଷେତ୍ର ହୋଇଥିବା ହେତୁ ଲୋକକଳାକୁ ଚିରସ୍ଥାୟୀ କରିବା ନିମନ୍ତେ ଯୁବପିଢୀଙ୍କୁ ଏଥିରେ ପ୍ରୋତ୍ସାହନ ଦେବାକୁ ଆଲୋଚନାରେ ମତପ୍ରକାଶ ପାଇଥିଲା । ତତ୍ ସହିତ ଗଞ୍ଜାମ ଜିଲ୍ଲାରେ ଲୋକ ନାଟକ ଏକାଡେମୀ ପ୍ରତିଷ୍ଠା ସକାଶେ ସମସ୍ତ କଳାକାର, ଗବେଷକ ଏବଂ ଅତିଥିଗଣ ମତ ଦେଇଥିଲେ । ଓଡିଶା ନାଟକ ସମାରୋହ ସମିତି ସଭାପତି ଅନୀଲ କୁମାର ପାତ୍ର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ଲୋକକଳା ଉପ- ସଭାପତି ଜଗଦୀଶ ପାଣିହଗ୍ରାହୀ, ଖଲ୍ଲିକୋଟ ଲୋକକଳା ଉପ-ସଭାପତି ମହେଶ୍ୱର ବରାଡ, କବିସୂର୍ଯ୍ୟନଗର କଳା ସଂଘ ଉପ-ସଭାପତି ରଙ୍କନିଧି ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚରେ ବାଡି ଆଖଡା, ଭାରତ ଲୀଳା, ଘଣ୍ଟ ମୃଦଙ୍ଗ ଓ ସଂକୀର୍ତ୍ତନ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.