oum

ଫେଲ ମାରିଛି ସାମାଜିକ ସୁରୁକ୍ଷା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପାଇକମାଲ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଗ୍ରାମର ବାସୁଦେବ ଧରୁଆଙ୍କ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ତାଙ୍କ ସ୍ତ୍ରୀ ଓ ୨ ଟି ସନ୍ତାନ ଅଛନ୍ତି । ଗୋଟିଏ ମାଟି କାନ୍ଥ ଭଙ୍ଗା ଦଦରା ଘରେ ଆଜକୁ ଦୀର୍ଘ ୧୧ ବର୍ଷ ହେଲାଣି ଦିନ କାଟୁଛନ୍ତି । ବର୍ଷା ଦିନରେ ପାଣି ଘର ଭିତରେ ଥପ୍‌ ଥପ୍‌ ପଡୁଛି । ଗୋଟିଏ ଘରେ ରୋଷେଇ ଓ ଶୋଇବା କାମ । ସରକାର ଗରିବ ପରିବାରକୁ ଘର ଯୋଗେଇ ଦେବା ପାଇଁ ବିଭନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ବାସୁଦେବଙ୍କ ପ୍ରତି ତାହା ଅପହଞ୍ଚ ହୋଇଛି । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ଏଣୁ ତାଙ୍କ ପ୍ରତି ସଦୟ ହୋଇ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ବ୍ଲକ ତଥା ପଞ୍ଚାୟତ ପ୍ରଶାସନ ନିକଟରେ ଦାବୀ ହୋଇଛି ।

Leave A Reply

Your email address will not be published.