ସାମାଜିକ ଦାୟିତ୍ୱ ନିର୍ବାହ କଲା ଷ୍ଟେଟ ବ୍ୟାଙ୍କ

ବଲାଙ୍ଗିର, (ଦେବାଷିଷ ମିଶ୍ର) : ଗତ ୫ ତାରିଖ ଶୁକ୍ରବାର ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟ, ବଲାଙ୍ଗିର ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କର ମହାପ୍ରବନ୍ଧକ ବିଜୟ କୁମାର କୁଜୁର, ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱର ଓ ମଦନ ମୋହନ ବରିଆର, ଉପ ମହାପ୍ରବନ୍ଧକ ସମ୍ବଲପୁରଙ୍କ ବଲାଙ୍ଗିର ଗସ୍ତ ଆନୁକୁଲ୍ୟରେ ଏହି ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କର ମିଳିତ ସାମାଜିକ ଦାୟିତ୍ୱ (ସିଏସ୍‌ଆର) କାର୍ଯ୍ୟକ୍ରମ ଅନୁଯାୟୀ, ତିନିଗୋଟି ଟ୍ରାଫିକ ପୋଷ୍ଟ, ଦଶ ଗୋଟି ଟ୍ରାଫିକ୍‌ ଜ୍ୟାକେଟ ଏବଂ ଶହେ ଗୋଟି ଛତା ଟ୍ରାଫିକ ପୋଲିସମାନଙ୍କ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ସଭାକୁ ଭରତ ଚରଣ ସାହୁ, କ୍ଷେତ୍ରୀୟ ପ୍ରବନ୍ଧକ ବଲାଙ୍ଗିର ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ସଭାରେ ମନୋରଞ୍ଜନ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ ରଞ୍ଜନ ନାୟକ, ମୁଖ୍ୟ ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ବଲାଙ୍ଗିର ଶାଖ ଓ ଅନ୍ୟାନ୍ୟ କର୍ମଚାରୀ ଗଣ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.