ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନିଆରା ଭାବେ ନିଜ ଜନ୍ମଦିନ ପାଳନ କଲେ ସମାଜ ସେବୀ । ନିଜ ସନ୍ତାନଙ୍କ ଠାରୁ ବିତାଡିତ ହୋଇ ଜରା ନିବାସରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀଙ୍କ ସହ ପାଳିଲେ ଜନ୍ମଦିନ । ନିଜ ଜନ୍ମ ଦିନକୁ ଏପରି ନିଆରା ଭାବରେ ପାଳନ କରିଛନ୍ତି ବାଲିଗୁଡା ସହରର ସୁଖଦୁଃଖର ସାଥି ତଥା ସମାଜସେବୀ ଟୁନା ଦାସ । ବାଲିଗୁଡା ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରା ନିବାସର ଅନ୍ତେବାସୀଙ୍କ ନିକଟରେ ଜନ୍ମଦିନ ପାଳନ କରିବା ସହ ଅନ୍ତେବାସୀଙ୍କ ଠାରୁ ଆଶୀର୍ବାଦ ନେଇଥିଲେ ଟୁନା ଦାସ । କ୍ୟାଣ୍ଡଲ ଜଳାଇ କେକ୍ କାଟି ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଅନ୍ତେବାସୀଙ୍କ ଠାରେ ଜନ୍ମଦିନ ପାଳନ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ସମାଜସେବୀ ଟୁନା ଦାସ । ନିଜ ପରିବାର ତଥା ସନ୍ତାନଙ୍କ ପାଇଁ ଅଲୋଡ଼ା ହୋଇଥିବା ବୃଦ୍ଧ ବୃଦ୍ଧାଙ୍କ ସହ ଜନ୍ମଦିନ ପାଳନ କରିବା ନେଇ ବେଶ ଖୁସି ହୋଇଥିଲେ ସମସ୍ତ ଅନ୍ତେବାସୀ ।