କୁଶଙ୍ଗାଇ ପୀଠରେ ପ୍ରସାଦ ବଣ୍ଟନ କଲା ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ ଟ୍ରଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଧୀନସ୍ଥ କୁଶଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ମା’ କୁଶଙ୍ଗାଇଙ୍କ ଷୋହଳ ପୂଜାର ସମାପ୍ତି ଅବସରରେ ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ମା’ଙ୍କ ଠାରେ ଭୋଗ ସମର୍ପଣ କରି ହଜାର ହଜାର ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ଭୋଗ ବଣ୍ଟନ କରାଯାଇଥିଲା । ପୂଜା ଦିବା ୧୨ଟାରୁ ଆରମ୍ଭ ହୋଇ ରାତ୍ର ୨ଟା ଯାଏ ଚାଲିଥିଲା । ମା’ଙ୍କ ଠାରେ ଜଗତର କଲ୍ୟାଣ ଓ ସମାଜ କଲ୍ୟାଣର ଶୁଭ ମନାସୀ ମୁଖ୍ୟ କର୍ତ୍ତା ଭାବେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ଓ ତାଙ୍କ ପତ୍ନୀ ସୀମା ପଟେଲ, ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ଓ ତାଙ୍କ ପତ୍ନୀ ନୀଳକାନ୍ତି ନାଏକ ପୂଜା କାର୍ଯ୍ୟ ସମାପନ କରିଥିଲେ । ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ୬୦ ଜଣ ଶ୍ରଦ୍ଧାଳୁ ଭୋଗ ପାଇଁ ସହଯୋଗର ହାତ ବଢ଼ାଇଥିଲେ । କେନ୍ଦ୍ର କମିଟି, ଉପଦେଷ୍ଟା ମଣ୍ଡଳୀ, ଚାରି ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ଅଠର ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ମହିଳା ମଞ୍ଚ, ଯୁବା ମଞ୍ଚ ଓ କୃଷକ ମଞ୍ଚର ସଭାପତି ଓ କର୍ମକର୍ତ୍ତା, ପୁସ୍ତକ କମିଟି, ନିର୍ମାଣ କମିଟି ଓ ଶିକ୍ଷା କମିଟିର ସମସ୍ତ ସଭ୍ୟଙ୍କ ସମେତ କୁଶଙ୍ଗ ଗୁଡ଼ି ଅଧୀନସ୍ଥ ସମସ୍ତ ଗ୍ରାମ୍ୟ ସଭାପତି ଓ କର୍ମକର୍ତ୍ତାଙ୍କ ସହ ଆଖପାଖ ଅଞ୍ଚଳର ଯୁବକର୍ମୀ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ । ରାତ୍ରି ପୂଜାରେ ମା’ଙ୍କ ଦର୍ଶନରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ନିଜ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଗୁହାରୀ କରିଥିଲେ । କୀର୍ତ୍ତନ ଧାରା ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜା କମିଟି ଦ୍ୱାରା ଆୟୋଜନ କରାଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ ଖଗେଶ୍ୱର ଦେହୁରୀ, ମନ୍ଦିର କମିଟି ସଭ୍ୟ ବୃନ୍ଦଙ୍କ ସମେତ କୁଶଙ୍ଗ ଗଉଁନ୍ତିଆ ବୃନ୍ଦାବନ ପଟେଲ, ମଣ୍ଡଳ ସଭାପତି ଦୁଷ୍ମନ୍ତ ପଟେଲ, ଗୁଡ଼ି ସଭାପତି କରୁଣାକର ପଟେଲ, କେନ୍ଦ୍ର ସହ ସମ୍ପାଦକ ଆନନ୍ଦ ପଟେଲ, ଉପ ସଭାପତି ଯୁବରାଜ ପଟେଲଙ୍କ ସମେତ କୁଶଙ୍ଗ ଓ ବିର୍କେଲ ଗୁଡିର କର୍ମକର୍ତ୍ତାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୂଚାରୁ ଭାବେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.