
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁର ମଥୁରା ବେଶ୍ରାଙ୍କୁ ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପରୁ ହୁଇଲଚେୟାର ମିଳିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସେ ଦୀର୍ଘଦିନରୁ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ଶୌଚାଳୟ ନେବା ଆଣିବା ପାଇଁ ବହୁତ ଅସୁବିଧା ହେଉଥିଲା । ସେହିପରି ତାଙ୍କର ସ୍ୱାମୀ ବିରବଲ ବେଶ୍ରା ମଧ୍ୟ ପକ୍ଷାଘାତରେ ପୀଡିତ । ଏହି ସମସ୍ୟା ବିଷୟରେ ଜାଣିଲାପରେ ସମାଜସେବୀ ଯଶୋବନ୍ତ ରଣା ଜିଲ୍ଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କୁ ଜଣାଇ ମଥୁରାଙ୍କୁ ଦିବ୍ୟାଙ୍ଗ ଭତ୍ତା ଓ ଏକ ହୁଇଲଚେୟାର ପ୍ରଦାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲାପରେ ଡ଼ିଏସଏସଓଙ୍କ ନିର୍ଦ୍ଦେଶରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ମଥୁରାଙ୍କୁ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି । ସେହିପରି ଖୁଵ୍ ଶୀଘ୍ର ତାଙ୍କର ଭତ୍ତା ହୋଇଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ହୁଇଲଚେୟାର ପାଇଲାପରେ ମଥୁରାଙ୍କ ପରିବାର ଓ ମଥୁରା ସମାଜସେବୀ ଯଶୋବନ୍ତ ରଣାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।