oom

ସମାଜସେବା ନିଶାରେ ସୁରେଶ ଭୋଇ

jsmm

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ନିଜସ୍ୱ ବ୍ୟକ୍ତି ଗତ ଜୀବନକୁ ଜଳାଞ୍ଜଳି ଦେଇ ଆଦିବାସୀ ଦଳିତ ନିଷ୍ପେସିତଙ୍କ କିପରି ଉତ୍‌ଥାନ ହେବ ଦିନ ରାତି ଲାଗି ପଡ଼ିଛନ୍ତି ସମାଜ ସୁଧାରକ ସୁରେଶ ଭୋଇ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟସ୍ଥ ନୂଆପଡା ଗ୍ରାମରେ ଜନ୍ମିତ ଶ୍ରୀ ଭୋଇ ଅନେକ ପ୍ରତିଭା ଧାରୀ ଅଟନ୍ତି । ଶୈଶବ ସମୟରେ ଭଲ ପାଠ ପଢି ସରକାରୀ ଚାକିରି କରିବାର ନିଶା ରଖିଥିବା ସ୍ୱପ୍ନ ଦେଖୁ ଥିବା ମଣିଷର କଳାକାର କ୍ଷେତ୍ରକୁ ମନ ନିବେଶ କରିବା ଅନେକ ଗୀତିନାଟ୍ୟ, ଯୁଗ ଉପଯୋଗୀ ସଚେତନ ଧର୍ମୀ ସାମାଜିକ, କାଳ୍ପନିକ ନାଟକ ଏବଂ ସମ୍ବଲପୁରୀ ଆଲବମ ଗୀତ ରଚନା କରିବା ସହିତ ନିଜେ ଅଭିନୟ କରି ମଞ୍ଚ ହେଉ କିମ୍ବା ଟିଭି ପରଦାରେ ବେଶ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳେ । ୧୯୯୫ ମସିହାଠାରୁ ସମାଜ ସେବା କର୍ମ ଆଗେଇ କୁସଂସ୍କାର, ପ୍ରଥା ପରମ୍ପରା ରୀତି ନୀତି, ଜଳ, ଜଙ୍ଗଲ, ଜମିର ଲଢେଇ ଆଜି ପ୍ରର୍ଯ୍ୟନ୍ତ ଚାଲିଛି । ୧୯୯୮ ମସିହାରେ ଉତ୍କଳ କନ୍ଧ ସମାଜରେ ଯୋଗ ଦେଇ ସାମାଜିକ କୁ ପ୍ରଥାକୁ ଦମନ କରିବାର ପ୍ରୟାସ ଆରମ୍ଭ କରି ନାରୀ ଶିକ୍ଷା, ମଦ ମୁକ୍ତି ସହିତ ଆଦିବାସୀ ଜାତି ହକ୍‌ ଅଧିକାର ଲଢେଇ ହୋଇଥିଲା । ୨୦୦୭ ମସିହାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘରେ ଯୋଗ ଦେଇ ଆଦିବାସୀ ଏକତା ଅଖଣ୍ଡତା ପାଇଁ ଅପହଞ୍ଚ ଅଞ୍ଚଳରେ ସଂଗଠନକୁ ସୁଦୃଢ କରିବାର ଭୂମିକା ନିର୍ବାହ କରି ଜଣେ ଆଦିବାସୀ ଦୃଢ଼ ସଂଗଠକ ଭାବରେ ବିବେଚନା ହୋଇଥିଲେ । ସମାଜ ସେବାରେ ବିଶେଷ ରୁଚି ରଖୁଥିବା ବୁଦ୍ଧ ଏବଂ ଆମ୍ବେଦକର ବିଚାର ଧାରା ଗ୍ରହଣ କରୁଥିବାରୁ ୨୦୧୯ ମସିହାରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ ଆମ୍ବେଦକର ଫିଲୋସଫି ସମ୍ମାନରେ ସମ୍ମାନନିତ ହୋଇଥିଲେ । ଗରିବ ଖଟିଖିଆ ନିଷ୍ପେସିତଙ୍କର ସ୍ୱର ହୋଇ ପ୍ରତେକ ଅଫିସ ଅମଲା ସହିତ ଯୋଗାଯୋଗ କରି ନିରନ୍ତାନ ସେବା ଯୋଗାଉଛନ୍ତି । କନ୍ଧ ଜାତିର ବିକାଶ ପାଇଁ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିର ନାମରେ ସଂଗଠନ ଗଠନ କରି ସମସ୍ତ ଜାତି ସେବା ଆରମ୍ଭ କରିଛନ୍ତି । ବଙ୍ଗୋମୁଣ୍ଡା ବଜାର ପାଖରେ କାର୍ଯ୍ୟାଳୟ ଥିବା ବେଳେ ଅନେକ ସମସ୍ୟା ନେଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସି ଯୋଗାଯୋଗ କରିଥାନ୍ତି । ଏକ ଶାନ୍ତ ସରଳ ହୃଦୟ ପାଇଁ ତାଙ୍କ ନାମ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଅନେକ ଘାତ ପ୍ରତି ଘାତ ଭିତରେ ସମ୍ମୁଖୀନ କରି ସମାଜସେବା କରୁଥିବା ଭୋଇଙ୍କୁ ଆଜି ମଧ୍ୟ୍ୟ ସମାଲୋଚନା କରାଯାଏ ସତରେ ସମାଜ ସେବାରେ କଣ ଇଏ ପାଗଳ । ଜିଲ୍ଲାର ଯୁବ ପିଢ଼ିକୁ ସବୁବେଳେ ଆଗକୁ ନେବା ପାଇଁ ସବୁ କ୍ଷେତ୍ର କିପରି ବିକାଶ ହେବ ତାହାର ପ୍ରୟାସ ଜାରି ରଖିଛନ୍ତି ।

jittmm
Leave A Reply

Your email address will not be published.