ls

ସାହାରା ଜମାକାରୀ ମଞ୍ଚର ରାଜ୍ୟସ୍ତରୀୟ ସମାବେଶ

sb
  • ସାହାରା ଇଣ୍ଡିଆ ଓଡ଼ିଶାର ୨୦ ଲକ୍ଷ ଜମା କର୍ତ୍ତା, ଏଜେଣ୍ଟଙ୍କ ଠାରୁ ନେଇଥିବା ୨୦ ହଜାର କୋଟି ଫେରସ୍ତ ପାଇଁ ଆନ୍ଦୋଳନ ଜରୁରୀ : ରବି ରଥ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସାହାରା ଇଣ୍ଡିଆ କମ୍ପାନୀ ରାଜ୍ୟର ୨୦ ଲକ୍ଷ ଜମା କର୍ତ୍ତା ଓ ଏଜେଣ୍ଟଙ୍କଠାରୁ ସଂଗ୍ରହ କରି ନେଇଥିବା ପ୍ରାୟ ୨୦ କୋଟି ହଜାର କୋଟି ଟଙ୍କାର ଜମା ରାଶି ଫେରସ୍ତ ଦିଗରେ ଦୃଢ ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାହାରା ଜମାକାରୀ ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏ ନେଇ ମଞ୍ଚ ପକ୍ଷରୁ ସ୍ଥାନୀୟ ନବୀନ ଭବନ ପରିସରରେ ସାଧାରଣ ପରିଷଦ ବୈଠକ ବିଜୟ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ତାଙ୍କ ଭାଷଣରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁ ଜମାକାରୀମାନେ ତାଙ୍କ ସୁଫଳ ପାଇପାରୁନାହାନ୍ତି । ଶ୍ରୀ ରଥ କହିଲେ ସାହାରା ଭଳି ବଡ଼ ବଡ଼ କମ୍ପାନୀ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଫଳରେ ୨୦୧୯ ମସିହାରୁ ଧାରାବାହିକ ଭାବେ ୫ ବର୍ଷ ଧରି ଲଗାତର ଦାବି କରି ଆସୁଥିବା କ୍ଷତିଗ୍ରସ୍ତମାନଙ୍କୁ ସହାୟତା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ସାହାରା କମ୍ପାନୀ ବିରୋଧରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କିନ୍ତୁ ଓଡ଼ିଶାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଶ୍ରୀ ରଥ ପ୍ରକାଶ କରିବା ସହ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଓ ସମସ୍ତ ସାଂସଦଙ୍କ ଦୃଷ୍ଟିଆକର୍ଷଣ କରାଯିବା ସହିତ ବ୍ୟାପକ ଜନମତ ସୃଷ୍ଟି କରାଯିବ ବୋଲି ଆହ୍ୱାନ ଦେଇଥିଲେ । ବୈଠକରେ ମଞ୍ଚ ପକ୍ଷରୁ ୮ ଦଫା ଦାବି ସମୁହ ଉପରେ ଆଲୋଚନା ହୋଇଥିଲା ଦାବି ଗୁଡିକ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଓପିଆଇଡି ଆଇନ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ବିୟୁଡିଏସ୍‌ ଆଇନ ୨୦୧୯ ଅନୁସାରେ ଜମା କର୍ତ୍ତାଙ୍କୁ ଜମା ରାଶି ଫେରସ୍ତ ପାଇଁ ପଦକ୍ଷେପ, ଅର୍ଥନୈତିକ ଅପରାଧ ଶାଖା ଓ ଥାନାରେ ଅଭିଯୋଗ ହୋଇଥିବା କମ୍ପାନୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଟଙ୍କା ଫେରସ୍ତ ପୋର୍ଟାଲରେ ଅର୍ଥ ଫେରସ୍ତ ପ୍ରକ୍ରିୟା ସରଳୀକରଣ, ମୃତ୍ୟୁବରଣ କରିଥିବା ଜମା କର୍ତ୍ତା ଓ ଏଜେଣ୍ଟଙ୍କ ଉତ୍ତରାଧିକାରୀଙ୍କୁ ପ୍ରାପ୍ୟ ପ୍ରଦାନ, ସ୍କିମ ବାବଦରେ ଗ୍ରହଣ କରିଥିବା ଟଙ୍କାର ଡାଟାବେସ ସରକାରଙ୍କୁ ପ୍ରଦାନ, ସ୍କିମ ଜରିଆରେ ସଂଗୃହୀତ ଜମା ରାଶିକୁ ସୁଧ ସହ ଫେରସ୍ତ, ଜମା କର୍ତ୍ତା ଓ ଏଜେଣ୍ଟ ମାନଙ୍କର ସମ୍ପୂର୍ଣ୍ଣ ଦେୟ ଫେରନ୍ତ ନହେବା ପର୍ଯ୍ୟନ୍ତ ସାହାରା ଇଣ୍ଡିଆର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ମାଲିକାନାରେ ବ୍ରହ୍ମପୁର ଗୋପାଳପୁର ରାସ୍ତାରେ ଥିବା ୪୦.୯୭ ଏକର ଜମି ଓ ଭୁବନେଶ୍ୱର କଟକ ରାସ୍ତାରେ ଗୋପାଳପୁରଠାରେ ରହିଥିବା ୬୫.୪୩ ଏକର ଜମି ଉପରେ ହେବାକୁ ଥିବା ସମସ୍ତ ପ୍ରକାର କାରବାରକୁ ରାଜ୍ୟ ସରକାର ନିଷିଦ୍ଧ କରିବାକୁ ଦାବି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବିରଞ୍ଚି ପାଢି, ବସନ୍ତ ଚୌଧୁରୀ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଚିତ୍ରସେନ ପ୍ରଧାନଙ୍କ ସମେତ ମଂଚର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.