oom

ରାଣୀପୁର ଝରିଆଲରେ ନିର୍ଝରିଣୀର ସାରସ୍ଵତ ସମାବେଶ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନର ୧୧ତମ ବାର୍ଷିକ ସାରସ୍ୱତ ସମାବେଶ ସୋମେଶ୍ୱର ଶୈବପୀଠ ରାଣୀପୁର ଝରିଆଲରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସୋମେଶ୍ୱର ବାବାଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ସଭା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ବହୁଭାଷୀ କବିତା ପାଠୋତ୍ସବରେ ଶିଶୁ ସାହିତ୍ୟିକ ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ସଭାପତି, ବିଷ୍ଣୁ ଚରଣ ସାହୁ, କ୍ଷେତ୍ର ଅଧିକାରୀ, ପ୍ରସାର ବିଭାଗ ଭାରତ ସରକାର ମୁଖ୍ୟ ଅତିଥି, ଡା.ଶର୍ମିଳା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଂଯୋଜିକା ସୁଶ୍ରୀ ସବିତା ଭୋଇ, ଅଂଜଳି ମାଝୀ ଓ ସାଧବୀ ସାହୁଙ୍କ ସଂଯୋଜନାରେ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ସଭାପତି ଅଧ୍ୟାପକ ତଥା ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ପଦ୍ମଶ୍ରୀ କୈଳାସ ଚନ୍ଦ୍ର ମେହେର, ମୁଖ୍ୟ ଅତିଥି, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମୁଖ୍ୟବକ୍ତା, ମାଣିକ ଜୈନ, କ୍ଷୀରସିନ୍ଧୁ ଭୋଇ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଲକ୍ଷ୍ମୀଧର ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ବିରଂଚି ନାରାୟଣ ଦାଶ ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପ୍ରଦାନ କରିବା ବେଳେ ଜ୍ୟୋତି ପ୍ରକାଶ ଗଡ଼ତ୍ୟା ମଂଚ ପରିଚାଳନା କରିଥିଲେ । ଜ୍ୟୋର୍ତିବିଦ ତଥା କବି ଲକ୍ଷ୍ମୀଧର ମାଝୀଙ୍କ ପାଂଚଖଣ୍ଡ ପୁସ୍ତକ ଯଥା ସିଦ୍ଧ ଶୈବ କ୍ଷେତ୍ର, ଚଉଷଠୀ ଯୋଗିନୀ ପୀଠ, ଚଉତିଶା, ଅଭୁଲା ପ୍ରେମ, ସପ୍ତରଂଗ, ଡ.ଗୋବର୍ଦ୍ଧନ ସାହୁଙ୍କ କଅଁଲି ପତର ଶିଶୁ କଥାନି, ବେଦାନ୍ତ ସାହୁଙ୍କ ରାଣୀପୁର ଝରିଆଲ ସୋମ ତନ୍ତପୀଠ ପୁସ୍ତକ ଉନ୍ମୋଚିତ ହୋଇଥିଲା ।ପୁସ୍ତକ ସମୀକ୍ଷା ପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ସମସ୍ତଙ୍କ ମତରେ ପ୍ରଶାସନିକ ଉଦାସୀନତା ହିଁ ରାଣୀପୁର ଝରିଆଲକୁ ଶ୍ରୀହୀନ କରିଛି । ଓଡ଼ିଶାରେ ଦୁଇଟି ଚଉଷଠୀ ଯୋଗିନୀ ପୀଠ ଅଛି ହେଲେ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ହୀରାପୁର ଠାରେ ଆନ୍ତର୍ଜାତୀୟ ଉତ୍ସବ ପାଳିତ ହେଉଥିବା ବେଳେ ରାଣୀପୁର ଝରିଆଲ ଅବହେଳିତ ହୋଇପଡିଛି । ଯଦି ଏହାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହିତ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରାଗଲେ ଏହି ଅଂଚଳର ଜୀବନ ଜୀବିକାର ବିକାଶ ହୋଇ ପାରନ୍ତା । ତାପରେ ବିଭିନ୍ନ ଦିଗରେ କାର୍ଯ୍ୟ କରୁଥିବା ପ୍ରତିଭାଧାରୀଙ୍କୁ ଯଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଧ୍ରୂବ ଚରଣ ଘିଭେଲା, ନୀଳମଣି ସାହୁ, ଅଶୋକ କୁମାର ସାହୁ, ଡା.ଅଶୋକ କୁମାର ସେଠୀ, ସୁଧାକର ସାହୁ, ଡ.ଲକ୍ଷ୍ମୀ ନାରାୟଣ ଦାଶ, ସୁଧାକର ଚିନ୍ଦା, ଲିଙ୍ଗରାଜ ଚିନ୍ଦା, ଶ୍ରୀମତୀ ଯାଜ୍ଞସେନୀ ହୋତା, ଶ୍ରୀମତୀ ଦିପ୍ତୀରାଣୀ ସିଂହ, ସ୍ୱପ୍ନେଶ୍ୱର ମିଶ୍ର, ଗିରୀଶ ଚନ୍ଦ୍ର ମିଶ୍ର, କୁଞ୍ଜ ବିହାରୀ ସରାପ, ବ୍ରଜ ମୋହନ ମେହେର, କେକୀ ସିଂ ଭୋଇ, ରାଜମଣୀ ସାହୁ, ଦିଲ୍ଲୀପ କୁମାର ପଶାୟତ, ହାସ୍ୟ ଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ଆଦିଙ୍କୁ ମାନପତ୍ର, ସ୍ମୃତିଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡ.ନାରାୟଣ ମିଶ୍ର, ଉମେଶ ବେହେରା, ରମେଶ ବାରିକ, ଥମିର ଛତ୍ରିଆ, ପ୍ରେମରାଜ ପାଣିଗ୍ରାହୀ, ରବି ନାରାୟଣ ତ୍ରିପାଠୀ, ମମତା ପଣ୍ଡା, ଡ.ସୁବାଷ ମାଝୀ, ଅର୍ଜୁନ ମାଝୀ, ଅନନ୍ତ ବାଗ ଓ ମନ୍ଦିର କମିଟିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.