oom

ବୁକୁରାମୁଣ୍ଡାରେ କଳାକାର ସମାବେଶ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ଥିତ କ୍ରିକେଟ ପଡିଆ ଠାରେ ପାଇକମାଲ ଅଞ୍ଚଳର ସମସ୍ତ କଳାକାର ମାନଙ୍କୁ ନେଇ ପାଇକମାଲ ବ୍ଲକ ଲୋକ କଳା ସାଂସ୍କୃତିକ ସଂଘ ପକ୍ଷରୁ ଏକ ସଭାର ଆୟୋଜନ ହୋଇଯାଇଛି । କୋଶଲ କଳାକାର ସଂଘର ସଭାପତି ଶାନ୍ତିଲାଲ ପ୍ରଧାନଙ୍କ ସଭାପତିତ୍ୱରେ ସମାବେଶରେ କଳାକାରମାନଙ୍କ ଦୁର୍ଦିନର ସମସ୍ୟା ଉପରେ ବିଶଦ ଆଲୋଚନା ପରେ ସର୍ବ ସମ୍ମତି କ୍ରମେ ୨୦୧୯-୨୦ ବର୍ଷରେ ନିର୍ବାଚିତ ହୋଇଥିଲା । ସୁଚାରୁ ରୂପେ ଦାୟିତ୍ୱ ତୁଳାଇ ଆସିଥିବା କଳାକର ଶୁକଦେବ ବେରିଆଙ୍କୁ ପୁନର୍ବାର ୨୦୨୦-୨୧ ବର୍ଷ ପାଇଁ ଗୁରୁ ଦାୟିତ୍ୱ ପ୍ରଦାନ କରି ସଭାପତି ଭାବେ ନିର୍ବାଚିତ କରାଗଲା । ଉକ୍ତ ସମାବେଶରେ ମୁଖ୍ୟଅତିଥି ଭାବେ ଝାରବନ୍ଧ ବ୍ଲକ କଳାକାର ସଂଘର ଉପସଭାପତି ଚକ୍ରପାଣି ସେଠ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ରାମଚନ୍ଦ୍ର ସାହୁ, ଦାଶକାଠିଆ, ଗାୟକ ଟେମରୀ ପୃଥିରାଜ ଯୋଷୀ, ପାଲା ଗାୟକ ଝେଙ୍ଗନାଡିହି ରମେଶ ଯୋଷୀ, ପାଇକମାଲ ବ୍ଲକ ପାଲା ସଂଘର ସଭାପତି ଧାନ୍ଦୁପାଲି ପଙ୍କଜ ବାରିକ, କୃଷ୍ଣଗୁରୁ ବାୟକ ବୁକୁରାମୁଣ୍ଡା ବ୍ରହ୍ମାନନ୍ଦ ବନଛୋର, ସଂଚାର ବାୟକ ଟେମରୀ ଦୟାନିଧି ସାହୁ, କରମସାନୀ ଗାୟକ ବନମାଲ ଅମୃତ ଜାଲ, ପାଲା ଗାୟକ ବୁକୁରାମୁଣ୍ଡା ସଂକୀର୍ତ୍ତନ ପୁଟା, ସଂଚାର ଗାୟକ ପୁରେନା ବିଭିଷଣ ସାହୁ, ସଂଚାର ବାୟକ ମୁଢେଲା ଟିମା ସୁନା, ଦୁଲଦୁଲି ବଜା ମହୁରିଆ ଟେମରୀ ଶ୍ରୀମତୀ ଭାଗ୍ୟବତୀ ରାଉତ, ପାଲାଗାୟକ ନାଗଡିହି ମମତା ଦାଶ, ସଂକୀର୍ତ୍ତନ ଗାୟିକା ପ୍ରମୁଖଙ୍କୁ ପୁଷ୍ପଗୁଛ୍ଛ ସହ ସମାବେଶକୁ ଉପସ୍ଥିତ କଳାକାର ମାନେ ସ୍ୱାଗତ କରିଥିଲେ ।

jittmm
Leave A Reply

Your email address will not be published.