ମୃତ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣେଇଲା ପାଇକମାଲ ପ୍ରାଥମିକ ଶିକ୍ଷକ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ସାଲେପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଦେବେନ୍ଦ୍ର ସାହୁ ଏବଂ ମାଝୀପାଲି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ନରହରି ବରିହାଙ୍କ ଅକାଳ ବିୟୋଗରେ ଉଭୟଙ୍କ ପରିବାର ଭାଙ୍ଗି ପଡିଛନ୍ତି । ଏଭଳି ଦୁଃଖଦ ପରିସ୍ଥିତିରେ ବରଗଡ ଜିଲ୍ଲା ଶିକ୍ଷକ ସଂଘ ସଭାପତି ଡୋଳାମଣି ମାହାର, ପାଇକମାଲ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନିରାକାର ପ୍ରଧାନ, ଉପସଭାପତି ବୈଷ୍ଣବ ପଣ୍ଡା, ସମ୍ପାଦକ ଚକ୍ରଧର ଅଜଗର, ପୁରୁଣା ପେନ୍‌ସନ୍‌ ଭୁକ୍ତ ଶିକ୍ଷକ ସଂଘ ସଭାପତି ମହାଦେବ ବେହେରା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ଲମ୍ବୋଦର ଦାସ ବ୍ଲକ ସଙ୍ଘ କର୍ମକର୍ତା ସୁଶାନ୍ତ କୁମାର ସାହୁ, ସଚ୍ଚିଦାନନ୍ଦ ସ୍ୱାଇଁ, ନାରାୟଣ ମେହେର, ଶିବ କୁମ୍ଭାର, ନର ହରିଜନ, ଲବଙ୍ଗଳତା ନାଗ, ପୁଷ୍ପା ରାଉତ, ସୁଜାତା ଧରୁଆ, ମାଧବ ସାହୁ, ଧର୍ମେନ୍ଦ୍ର ସାହୁ, ଗୋବିନ୍ଦ ରାମ ଅଜଗର, ସୋମନାଥ ବରିହା, ରାଜେନ୍ଦ୍ର ରାଉତ, ଦୂତିଆ ବେସରା ଓ ଶିକ୍ଷକ ସଂଘ ସଦସ୍ୟ ଗଣ ଉଭୟ ଦିବଙ୍ଗତ ଶିକ୍ଷକଙ୍କ ପରିବାରକୁ ପାଇକମାଲ ଓ ଭଗତପୁର ସ୍ଥିତ ବାସଭବନରେ ଭେଟି ଉଭୟଙ୍କ ପରିବାର ବର୍ଗଙ୍କୁ ଆଶ୍ୱାସନା ଓ ସମବେଦନା ଜଣାଇଥିଲେ । ସମବେଦନା ଜ୍ଞାପନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାସହ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ଅର୍ଥରାଶି ଶୀଘ୍ର କିପରି ପାଇବେ ସେ ଦିଗରେ ସଂଘ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଦିବଂଗତ ଉଭୟ ଶିକ୍ଷକ ଫୋଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇ ଉଭୟ ପରିବାରକୁ ଦୁଖଃଦ ସମୟରେ ଭଗବାନ ଆଗକୁ ବଢିବାର ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସଂଘ ତରଫରୁ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.