ବିଧାୟକ ପ୍ରାର୍ଥୀ ଟିକଟ ଲଢ଼ିବା ନେଇ ମୁନା ଦାସଙ୍କ ଗୋଷ୍ଠୀ ସକ୍ରିୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଧାୟକ ପ୍ରାର୍ଥୀ ଟିକଟ ଲଢ଼ିବା ନେଇ ମୁନା ଦାସଙ୍କ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି ।
ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ହରିଜନ ସଂରକ୍ଷିତ ପ୍ରାର୍ଥୀ ହେତୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ନେତା ନେତ୍ତୃବର୍ଗ ଅଣ୍ଟାଭିଡ଼ିବା ଆରମ୍ଭ କରିଆସିଲେ । ସୂଚନାଯୋଗ୍ୟ ଯେ, ବିଜେଡ଼ି, ଅଣ-ବିଜେଡ଼ି ଏବଂ ଅସନ୍ତୁଷ୍ଟ ବିଜେଡ଼ି ଗୋଷ୍ଠୀ ଏକତ୍ରିତ ହୋଇ ମୁନା ଦାସଙ୍କୁ ଜିନ୍ଦାବାଦର ସ୍ୱର ଉଠାଇଥିବା ଦେଖାଦେଇଛି । ଦେଖିବାକୁ ମିଳିଛି ଯେ, ରବିବାର ଦିନ ଛତ୍ରପୁରର ପର୍ଯ୍ୟଟନସ୍ଥଳ “ତାମ୍ପରା” ହ୍ରଦ କୂଳେ ବନ୍ଧୁମିଳନ ଆସର କରି ଖୁସି ମନାଇଲେ, ମୁନା ଦାସ ସମର୍ଥକ ଗୋଷ୍ଠୀ । ବିଜେଡ଼ି ଓ ବିଜେଡ଼ି ସମର୍ଥିତ ନେତ୍ତୃବର୍ଗ ଏହି ଗୋଷ୍ଠୀରେ ସାମିଲ ହୋଇଥିବା ଦେଖାଦେଇଛି । ମୁଖ୍ୟତଃ ବାମପନ୍ଥୀ ଦଳ ସମର୍ଥିତ ଏନ୍.ଦୁର୍ଯ୍ୟୋଧନ ରେଡ୍ଡୀ, ଲକ୍ଷ୍ମୀପୁର ସମିତି ସଭ୍ୟ ରମେଶ ରେଡ୍ଡୀ, ଆର୍ଜିପଲ୍ଲୀର ମତ୍ସ୍ୟଜୀବୀ ନେତା କେ.ଏଲେୟା, ଅନ୍ୟମାନଙ୍କ ମଧ୍ୟରେ ସୁଧୀର ପାଢ଼ୀ, ମଥୁରା ସୁବୁଦ୍ଧି, ଭଗବାନ ବେହେରା, ନରସିଂହ ରେଡ୍ଡୀ, ଗଗନ ବେହେରା, ମହିଳା ନେତ୍ରୀ ଶ୍ରୀମତୀ ରୀତା ଦେବୀ, ଶ୍ରୀମତୀ ନୀଳନ୍ଦ୍ରୀ ପ୍ରଧାନ, ସୁଜାତା ଦାସ, ସିଲୁ ଦାସ ପ୍ରମୁଖ ବହୁ ପଞ୍ଚାୟତର ପ୍ରାୟ ଦୁଇଶହରୁ ଅଧିକ ନେତା ଓ କର୍ମୀଗଣ ଯୋଗଦେଇ ଏହି ବନ୍ଧୁମିଳନ ସାମାରୋହରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ପତି ମୁନା ଦାସଙ୍କୁ ବିଜେଡି ତରଫରୁ ବିଧାୟକ ପ୍ରାଥୀ ଟିକଟ ପ୍ରଦାନ କରିବା ଠିକ ହେବ ବୋଲି ଏହି ଗୋଷ୍ଠୀ ମିଳିତ ବିବୃତ୍ତିରେ ଗଣମାଧ୍ୟମ ଆଗରେ କହିଛନ୍ତି । ବିଜେଡ଼ି ରାଜ୍ୟ ମୁଖପାତ୍ରଙ୍କ ଠାରେ ଏସମ୍ପର୍କରେ ଲିଖିତ ଆବେଦନ କରାଯିବ ବୋଲି ସାମୂହିକ ଭାବେ ମତବ୍ୟକ୍ତ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ ପ୍ରାର୍ଥୀ ନିମନ୍ତେ ମୁନା ଦାସଙ୍କୁ ଟିକଟ ଦିଆଯିବା ନେଇ ସାମୂହିକ ଭାବେ ସହମତି ପ୍ରକାଶ କରିଛନ୍ତି ।
ତେବେ ଟିକଟ ଆଶାୟୀ ଥିବା ମୁନା ଦାସ ମଧ୍ୟ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ରାଜନୈତିକ ଛନ୍ଦ-ପଟ୍ଟ କ’ଣ ହେବ, ସମୟ ହିଁ କହିବ ।

Leave A Reply

Your email address will not be published.