oom

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ଲୁଟ୍

jsmm

କୁଳିଅଣା : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କୁଚେଇ ଶାଖାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ । ୬ ଜଣ ଦୁର୍ବୃତ୍ତ ହଠାତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କ୍ୟାସ କାଉଣ୍ଟରରୁ ଲୁଟିନେଲେ ଟଙ୍କା । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ମଙ୍ଗଳବାର ଅପରାହ୍ନ ୩ଟା ପାଖାପାଖି ୫ଜଣ ଦୃର୍ବୁତ୍ତ ବ୍ୟାଙ୍କ ଭିତରେ ପଶିଥିଲେ । ବନ୍ଧୁକ ଦେଖାଇ ଗ୍ରାହକମାନଙ୍କୁ ଠିଆ ହେବାକୁ କହିଥିଲେ । ତାପରେ ବ୍ୟାଙ୍କ ମ୍ୟାନେଜରଙ୍କ ମଥାରେ ବନ୍ଧୁକ ଲଗାଇ ପ୍ରଥମେ ମୋବାଇଲ ଫୋନ ନେଇଯାଇଥିଲେ । ତାପରେ ଟଙ୍କା ନେବା ପରେ ବାହାର ପଟୁ ତାଲା ପକାଇ ଚାଲି ଯାଇଥିଲେ । କର୍ମଚାରୀଙ୍କ ମୋବାଇଲ ଓ ଚାବି ତଳେ ପକାଇ ଦେଇ ପଳାଇଯାଇଥିଲେ । ୬-୮ ଲକ୍ଷ ଟଙ୍କା ଲୁଟ ହୋଇଛି ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି । ନୀରିକ୍ଷଣ ପରେ ପ୍ରକୃତ ଟଙ୍କାର ପରିମାଣ ଜଣାପଡିବ ବୋଲି କହିଛନ୍ତି । ଦୃର୍ବୁତ୍ତମାନେ ପ୍ରମାଣ ନଷ୍ଟ ପାଇଁ ହାର୍ଡ ଡିସ୍କ ନେଇଯାଇଥିବାର ଜଣାପଡ଼ିଛି । ଘଟଣାସ୍ଥଳରେ କୁଳିଅଣା ଏସ୍‌ଡିପଓ ଓ ସଦର ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ କରୁଛି ।

jittmm
Leave A Reply

Your email address will not be published.