centurian jitm

ମାଙ୍କଡ ମାନଙ୍କ ପାଇଁ ଦେବଦୂତ ସାଜିଲେ ଗୋଇମୁଣ୍ଡ ଶାଖା ପୋଷ୍ଟମାଷ୍ଟର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଡ଼ହଡ଼ହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ମାର୍ଚ୍ଚ ଆରମ୍ଭରୁ ଦେଖାଇଥିବା ବେଳେ ଖରା ତାତି ବୃଦ୍ଧି ପାଉଛି । ଖରା ଯୋଗୁଁ ରାସ୍ତାଘାଟ ପୁରା ଶୂନଶାନ ହୋଇପଡୁଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ମଣିଷ ପଶୁପକ୍ଷୀ, ଜୀବଜନ୍ତୁ ସମସ୍ତେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପଶୁ ପକ୍ଷୀ ମଧ୍ୟ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାର ପୁଞ୍ଜିପଥର ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କ ସହ ମାଙ୍କଡ଼ ମାନେ ପାଣି ପାଇଁ ଡହକ ବିକଳ ହେଉଛନ୍ତି । ବଲାଙ୍ଗିର ଜିଲ୍ଲା ଗୋଇମୁଣ୍ଡ ଶାଖା ପୋଷ୍ଟ ମାଷ୍ଟର ଭକ୍ତବନ୍ଧୁ ସାହୁ କଣ୍ଟାବାଞ୍ଜିରୁ ନିଜ ଗାଁ ଅଭିମୁଖେ ଆସୁଥିବା ସମୟରେ ଡଙ୍ଗରବୁଢା ପୁଞ୍ଜିପଥର ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ । ସେ ସମୟରେ ଶ୍ରୀ ସାହୁ ଦେଖିବାକୁ ପାଇଲେ ଯେ, ମାଙ୍କଡପଲ ପାଣି ପାଇଁ ଡହଳବିକଳ ହେଉଥାନ୍ତି । ସେ ପାଖ ମନ୍ଦିର ନିକଟରୁ ଏକ ବାଲଟି ଆଣି ନଳକୂପରୁ ପାଣି ସଂଗ୍ରହ କରି ମାଙ୍କଡ ପଲଙ୍କୁ ଦେଇଥିଲେ । ମାଙ୍କଡ ପଲ ପ୍ରଚୁର ପରିମାଣରେ ପାଣି ପିଇ ଜଙ୍ଗଲକୁ ଚାଲି ଯାଇଥିଲେ । ମାଙ୍କଡ଼ ପଲଙ୍କୁ ପାଣି ଦେଇ ଶୋଷ ମେଣ୍ଟାଇ ବାରୁ ନିଜକୁ ଆତ୍ମ ସନ୍ତୁଷ୍ଟି ଲାଭ କରିଥିବା କହିଛନ୍ତି ପୋଷ୍ଟ ମାଷ୍ଟର । ବର୍ତ୍ତମାନ ସମୟରେ ଖରା ବଢ଼ୁଥିବାରୁ ପଶୁ ପକ୍ଷୀଙ୍କ ପାଇଁ ନିଜ ଘର ଛାତ ଉପରେ ପାଣି ବ୍ୟବସ୍ଥା କରିବାର ଆବଶ୍ୟକତା ହୋଇପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.